ହେ ମୋର ଭଗବାନ୍ ! ମୋ ଆରାଧନାର ପରମ ଲକ୍ଷ୍ୟ, ମୋ ଆକାଙ୍କ୍ଷାର ପରମ ଉଶ୍ୟେ, ସର୍ବ-ବଦାନ୍ୟ, ପରମ କରୁଣାମୟ! ସକଳ ଜୀବଜଗତ ତୁମର ସୃଷ୍ଟି ଏବଂ ସକଳ କ୍ଷମତା ତୁମର ସର୍ବଶକ୍ତିମା ଆୟରେ ରହିଅଛି । ଯାହାଙ୍କୁ ତୁମେ ମହିୟାନ୍ କରିଛ, ତାଙ୍କୁ ତୁମେ ଦେବଦୂତଗଣଙ୍କ ଊଦ୍ଧ୍ୱର୍ରେ ସ୍ଥାନ ଦେଇଛ ଏବଂ ସେହି ସ୍ଥାନଟି : ବାସ୍ତବିକ୍, ଊଦ୍ଧ୍ୱର୍ରାଜ୍ୟର ଏକ ସ୍ଥାନକୁ ତାଙ୍କୁ ଆମେ ଉୋଳିତ କରିଛୁ ! ପ୍ରତି ପ୍ରାପ୍ତ ହୋଇଛନ୍ତି । ତୁମେ ଯାହାଙ୍କୁ ନିମ୍ନଗାମୀ କରାଇବାକୁ ଇଚ୍ଛାକର, ତାଙ୍କୁ ଧୂଳିଠାରୁ ହୀନ କରିଦିଅ, ନା, ନଗଣ୍ୟଠାରୁ ମଧ୍ୟ ତୁଚ୍ଛ କରିଦିଅ ।
ହେ ଦିବ୍ୟ, ପରମ ବିଧାତା ! ଯଦିଓ ଆମେ ଅଧାର୍ମିକ, ପାପୀ ଓ ଅମିତାଚାରୀ ତଥାପି ତୁମଠାରୁ ଏକ ସତ୍ୟର ଆସନ ଅନ୍ୱେଷଣ କରୁ ଏବଂ ସର୍ବଶକ୍ତିମାନ୍ ଦିବ୍ୟ ରାଜନଙ୍କ ମୁଖାର ବିନ୍ଦୁକୁ ଅବଲୋକନ କରିବା ପାଇଁ ଅଭିଳାଷ କରୁ । ଏହା ହିଁ ତୁମର ର୍ନିେଶ ଏବଂ ସକଳ ସାର୍ବଭୌମତ୍ୱ ତୁମର ଅଧିକାରଭୁକ୍ତ ତଥା ତୁମ ଆଦେଶ ସ୧ୁଖରେ ଶକ୍ତିଶାଳୀ ସାମ୍ରାଜ୍ୟ ନତମସ୍ତକ ହୁଏ । ଯାହାସବୁ ତୁମେ ବିଧାନ କର, ତାହା ବିଶୁ ନ୍ୟାୟ ଅଟେ, ନା, କରୁଣାର ବାସ୍ତବ ନିର୍ଯ୍ୟାସ ଅଟେ । ସର୍ବ କରୁଣାମୟ ସ୍ୱୟଂ ତୁମ ନାମର ଦୀପ୍ତି ମଧ୍ୟରେ ଗୋଟିଏ ମାତ୍ର ରଶ୍ମି ହିଁ ପୃଥିବୀରୁ ପ୍ରତିଟି ସାମାନ୍ୟତମ ପରିମାଣର ପାପକୁ ନି୧⁄୨ିହ୍ନ କରି କଳଙ୍କମୁକ୍ତ କରିବାକୁ ଯଥେଷ୍ଟ ଅଟେ ଏବଂ ତୁମ ଦିବ୍ୟ ପରିପ୍ରକାଶ ଯୁଗର ମୃଦୁ ମଳୟ ହିଲ୍ଲୋଳ ମଧ୍ୟରୁ ଗୋଟିଏ ପ୍ରଶ୍ୱାସ ବାୟୁ ସମଗ୍ର ମାନବଜାତିକୁ ଏକ ସତେଜ ଅମ୍ଳାନ ପରିଚ୍ଛଦରେ ଭୂଷିତ କରିବାକୁ ଯଥେଷ୍ଟ ଅଟେ ।
ହେ ସର୍ବଶକ୍ତିଶାଳୀ ପରମ ପୁରୁଷ ! ତୁମର ଦୁର୍ବଳ ପ୍ରାଣୀମାନଙ୍କ ଉପରେ ତୁମ ଶକ୍ତିକୁ ଅନୁଗ୍ରହ ପୂର୍ବକ ପ୍ରଦାନ କର ଏବଂ ଯେଉଁମାନେ ମୃତବତ୍, ସେମାନଙ୍କୁ ପୁନରୁଜ୍ଜୀବିତ କର, ଯାହାଫଳରେ ସମ୍ଭବତଃ ସେମାନେ ତୁମକୁ ପାଇ ପାରିବେ ଏବଂ ତୁମ ମାର୍ଗଦର୍ଶନ ମହାସାଗରର ନିକଟର୍ବୀ ହୋଇପାରିବେ ତଥା ତୁମ ଧର୍ମରେ ଦୃଢ଼ଭାବେ ରହିପାରିବେ । ପୃଥିବୀର ପ୍ରାଚ୍ୟ କିମ୍ବା ପା୧⁄୨ାତ୍ୟ ଜଗତର ଭାଷାଭାଷୀଙ୍କ ମଧ୍ୟରୁ ଯେକୌଣସି ଭାଷାରେ ମନୁଷ୍ୟ ତୁମ ମହିମାର ସୁରଭିକୁ ଦେଶ ଦେଶାନ୍ତରରେ ବିଚ୍ଛୁରିତ କରିବ । ବାସ୍ତବରେ, ସେ ପୁରୁଷ୍କୃତ ହେବ ଓ ମହାନ୍ ଭାବେ ପ୍ରିୟପାତ୍ର ହେବ । ଯଦି କୌଣସି ପ୍ରକାରେ ସେହି ଭାଷାଭାଷୀର ମନୁଷ୍ୟମାନେ ସେହି ସୁରଭିଠାରୁ ବôତ ହୁଅନ୍ତି, ତେବେ ସେମାନେ ନି୧⁄୨ିତ ଭାବେ ବାକ୍ୟରେ ହେଉ ଅଥବା ଚିନ୍ତାଧାରାରେ ହେଉ କିଛି ବି ଉଲ୍ଲେଖ କରିବା ପାଇଁ ଅଯୋଗ୍ୟ ହେବେ ।
ହେ ପରମ ନିଅନ୍ତା, ସକଳ ମାନବଜାତିକୁ ତୁମର ମାର୍ଗ ଦର୍ଶନ କରିବା ପାଇଁ ଓ ସେମାନଙ୍କୁ ଉଚିତ୍ ପଥରେ ପରିଚାଳିତ କରିବା ପାଇଁ ଆମ୍ଭେମାନେ ତୁମକୁ ଅନୁଗ୍ରହ କରି କହୁଛୁ । ବାସ୍ତବିକ, ତୁମେ ହେଉଛ ସର୍ବଶକ୍ତିଶାଳୀ, ମହାବଳବାନ୍, ସର୍ବଜ୍ଞାତା, ସର୍ବଦ୍ରଷ୍ଟା ।
- Bahá'u'lláh