ଯେଉଁମାନେ ନ୍ୟାୟପରାୟଣ ତଥା ସାଧୁ ହେବା ଛଳରେ ବିପଥଗାମୀ ହୋଇଛନ୍ତି, ସେମାନଙ୍କୁ ଈଶ୍ୱର ତାଙ୍କ କରୁଣା ମାଧ୍ୟମରେ ସହାୟ ହେବାପାଇଁ ଏବଂ ଯେଉଁଥିରେ ସେମାନେ ଅଯତ୍ନଶୀଳ ହୋଇଛନ୍ତି ସେଥିରେ ଅବଗତ ହେବା ପାଇଁ ଆମ୍ଭେ ଈଶ୍ୱରଙ୍କଠାରେ ପ୍ରାର୍ଥନା କରୁଛୁ । ସ୍ୱୟଂ ସେ ବାସ୍ତବିକ ସର୍ବ କରୁଣାମୟ, ପରମ କୃପାମୟ । ହେ ମୋର ପ୍ରଭୁ ! ତୁମର ସେବକମାନଙ୍କୁ ତୁମ କରୁଣାର ଦ୍ୱାର ନିକଟରୁ ବିହିଷ୍କୃତ କରନାହିଁ ଏବଂ ସେମାନଙ୍କୁ ତୁମ ଉପସ୍ଥିତିର ଦରବାରଠାରୁ ଦୂରେଇ ଦିଅନାହିଁ ା ତୁଚ୍ଛ ଚିନ୍ତାଧାରାର କୁଜ୍ଝଟିକାକୁ ଦୂର କରିବା ପାଇଁ ତଥା ବୃଥା କଳ୍ପନା ଏବଂ ଆଶା ଆକାଙ୍କ୍ଷାର ପରଦାକୁ ଛିନ୍ନ ଭିନ୍ନ କରିଦେବା ପାଇଁ ସେମାନଙ୍କୁ ସହାୟ ହୁଅ । ବାସ୍ତବିକ୍ ତୁମେ ହେଉଛ ସର୍ବାଧିକାରୀ, ସର୍ବ ମହାନ୍ ! ତୁମ ବ୍ୟତୀତ ଅନ୍ୟ କେହି ଈଶ୍ୱର ନାହାନ୍ତି, ତୁମେ ସର୍ବଶକ୍ତିଶାଳୀ ଓ ପରମ କୃପାଳୁ ।
- Bahá'u'lláh