ହେ ପ୍ରଭୁ, ହେ ମୋର ଈଶ୍ୱର ! ତୁମର ମହିମା ଗାନହେଉ, ତୁମ କରୁଣାପ୍ଲାବିତ ମେଘମାଳା ମଧ୍ୟରୁ ବାରିଧାରା ବର୍ଷଣ କର, ଯାହାକି ତୁମ ସେବକମାନେ ସ୍ୱୟଂ ତୁମ ମୁଖମଳକୁ ଅବଲୋକନ କରିବା ପାଇଁ ଯେତେସବୁ ପ୍ରତିବନ୍ଧକ ରହିଛି, ସେଥିରୁ କିମ୍ବା ତୁମ ଆଡ଼କୁ ଅଭିମୁଖୀ ହେବା ନିମନ୍ତେ ଯେତେସବୁ ପ୍ରତିବନ୍ଧକ ହୋଇପାରେ ସେଥିରୁ ସେମାନଙ୍କ ହୃଦୟକୁ ଧୋଇ ପରିଷ୍କାର କରିଦିଅ ା ଯ୍ୱାରା ସେମାନେ ସମସ୍ତେ ସ୍ୱୟଂ ତାଙ୍କୁ ହିଁ ସ୍ୱୀକାର କରିପାରିବେ, ସ୍ୱୟଂ ଯିଏ ହେଉଛନ୍ତି ସେମାନଙ୍କର ଦିବ୍ୟ ନିର୍ମାତା ତଥା ସୃଷ୍ଟିର୍କା । ହେ ପରମେଶ୍ୱର ! ତୁମ ସାର୍ବଭୌମ ଶକ୍ତିର କ୍ଷମତା ମାଧ୍ୟମରେ ସେମାନଙ୍କୁ ଏପର ି ଏକ ସ୍ତର ଆଡ଼କୁ ପହôବା ପାଇଁ ସହାଅ ହୁଅ, ଯ୍ୱାରା ସେମାନେ ଅତି ସହଜରେ ସ୍ୱୟଂ ତାଙ୍କ ପରିଚ୍ଛଦର ସୁରଭି ମଧ୍ୟରୁ ପ୍ରତିଟି କୁିତ ଗନ୍ଧକୁ ପୃଥ୍କ କରିଦେଇପାରିବେ, ଯିଏ କି ହେଉଛନ୍ତି ସ୍ୱୟଂ ତୁମର ପରମ ଅତୁ୍ୟଚ୍ଚ ତଥା ମହାନ୍ ନାମର ଦିବ୍ୟ ସଂବାହକ; ଯ୍ୱାରା ସେମାନେ ସମସ୍ତେ ଶ୍ରଦ୍ଧାର ସହିତ ତୁମ ଆଡ଼କୁ ଅଭିମୁଖୀ ହୋଇପାରିବେ ଏବଂ ତୁମ ସହିତ ସେମାନେ ଏପରି ଘନିଷ୍ଠ ଆଧ୍ୟାତ୍ମିକ ମିଳନରେ ଆନନ୍ଦ ଉପଭୋଗ କରିବେ ଯେ, ଯଦି ସେମାନଙ୍କୁ ସ୍ୱର୍ଗ ତଥା ର୍ମ୍ୟରେ ଥିବା ସକଳ ପଦାର୍ଥ ପ୍ରଦାନ କରାଯାଏ, ତଥାପି ସେମାନଙ୍କ ଦୃଷ୍ଟିରେ ତାହା ମୂଲ୍ୟହୀନ ବୋଲି ସେମାନେ ବିବେଚନା କରିବେ ଏବଂ ତୁମକୁ ସ୍ମରଣ କରିବାରୁ ତଥା ତୁମ ଗୁଣାବଳୀର ପ୍ରଶଂସାଗାନ କରିବାଠାରୁ ନିବୃ ରହିବେ ।
ହେ ମୋର ପରମ ପ୍ରିୟତମ, ମୋ ହୃଦୟର ଅଭିପ୍ସା ! ମୁଁ ତୁମକୁ ପ୍ରାର୍ଥନା କରେକି, ଯେଉଁମାନେ ତୁମକୁ ଅସ୍ୱୀକାର କରିଛନ୍ତି, ସେମାନଙ୍କର ଆକସ୍ମିକ ଦ୍ରୁତ ଅଗ୍ରଗତି କବଳରୁ ଏବଂ ଯେଉଁମାନେ ତୁମ ଦିବ୍ୟ ସତ୍ୟକୁ ପ୍ରତ୍ୟାଖ୍ୟାନ କରିଛନ୍ତି, ସେମାନଙ୍କର କକ ପଥଠାରୁ ତୁମ ମୁଖାରବିନ୍ଦକୁ ଅନୁସରଣ କରୁଥିବା ତୁମର ସେବକମାନଙ୍କୁ ରକ୍ଷା କର । ର୍ପୂ ପ୍ରାଣରେ ତୁମର ଅନୁରକ୍ତ ହେବା ପାଇଁ, ତୁମର ନାମକୁ ପ୍ରଘୋଷଣା କରିବା ପାଇଁ ଏବଂ ତୁମ ଦିବ୍ୟ ପରିପ୍ରକାଶର ପବିତ୍ରତା ଉପରେ ତାହାର ଏକାଗ୍ର ଦୃଷ୍ଟି ନିବଦ୍ଧ ରଖିବା ନିମି ତାଙ୍କୁ ସହାୟ ହୁଅ । ତୁମେ ହିଁ ସତ୍ୟତଃ ସ୍ୱୟଂ ସେହି, ଯିଏକି ତୁମଠାରେ ସେମାନଙ୍କର ଅଭିଳାଷଗୁଡ଼ିକୁ ସ୍ଥିରୀକୃତ କରିଛନ୍ତି । ସେମାନଙ୍କୁ ଅକସ୍ମାତ୍ ବିମୁଖ କରାଅ ନାହିଁ କି ଯେଉଁମାନେ ତୁମ କରୁଣାର ଦରବାରକୁ ପ୍ରବେଶଲାଭ କରିବାକୁ ତୁମକୁ ଅନୁସନ୍ଧିୁ ହୋଇ ରହିଛନ୍ତି ସେମାନଙ୍କୁ କରଣ କରନାହିଁ । ପରମ କ୍ଷମତାବାନ୍, ପରମ ମହାନ୍ ଦେବୀପ୍ୟମାନ, ସଙ୍କଟରେ ପରମ ସହାୟ, ସର୍ବ- ଗୌରବମୟ, ସର୍ବ-ବଶକାରୀ, ପରମ ନିଃର୍ସ ସ୍ୱୟଂ ତୁମ ବ୍ୟତୀତ ଆଉ ଅନ୍ୟ କେହି ଈଶ୍ୱର ନାହାଁନ୍ତି ।
- Bahá'u'lláh