ସ୍ୱୟଂ ଯାହାଙ୍କୁ ମୁଁ ଉପାସନା ଓ ଆରାଧନା କରେ, ହେ ମୋର ଭଗବାନ୍ ! ସ୍ୱୟଂ ତୁମର ଐକ୍ୟ ତଥା ଅଦ୍ୱିତୀୟତ୍ୱ ଉପରେ ମୁଁ ସାକ୍ଷ୍ୟ ପ୍ରଦାନ କରୁଛି ଏବଂ ଉଭୟ ଅତୀତ ତଥା ର୍ବମାନର ତୁମ ଉପହାର ସମୂହକୁ ପ୍ରାପ୍ତ ହୋଇଛି । ତୁମେ ହିଁ ସର୍ବକରୁଣାମୟ ! ସ୍ୱୟଂ ଯାହାଙ୍କ କରୁଣାର ଉଚ୍ଛ୍ୱସିତ ବାରିଧାରା ଉଚ୍ଚ ଓ ନୀଚ୍ଚ ଲୋକମାନଙ୍କ ଉପରେ ବର୍ଷିତ ହୋଇଛି ଏବଂ ସ୍ୱୟଂ ଯାହାଙ୍କ ବଦାନ୍ୟତାର ଦୀପ୍ତି ଉଭୟ ଆଜ୍ଞାନୁର୍ବୀ ଏବଂ ବିଦ୍ରୋହୀ ଉପରେ ବିଚ୍ଛୁରିତ ହୋଇଛି ।
ହେ କୃପାମୟ ଭଗବାନ୍ ! ସ୍ୱୟଂ ଯାହାଙ୍କ ଦ୍ୱାରାଦେଶରେ କରୁଣାର ବିଶୁଦ୍ଧ ନିର୍ଯ୍ୟାସ ନତମସ୍ତକ ହୋଇଛି ଏବଂ ସ୍ୱୟଂ ଯାହାଙ୍କ ଧର୍ମର ପବିତ୍ର ପରିସର ଚର୍ତୁିଗରେ ପ୍ରେମର୍ପୂ ଦୟା ଏହାର ଅନ୍ତରତମ ଆତ୍ମସାରେ ଘେରି ରହିଛି, ତୁମର ପ୍ରାଚୀନ କରୁଣା ପ୍ରତି ଅନୁନୟ କରି ଏବଂ ର୍ବମାନର ତୁମ ଅନୁଗ୍ରହକୁ ଅନୁସନ୍ଧନା କରି, ଆମ୍ଭେ ସ୍ୱୟଂ ତୁମ୍ଭଙ୍କୁ ପ୍ରାର୍ଥନା କରୁଅଛୁ । ଯ୍ୱାରା ତୁମେ ଜୀବଜଗତର ପ୍ରକାଶମାନ ସକଳ ପ୍ରାଣୀଙ୍କ ଉପରେ ତୁମର କରୁଣା ପ୍ରଦାନ କରିବ ଏବଂ ତୁମର ଦିବସଗୁଡ଼ିକରେ ତୁମ ଅନୁକମ୍ପାର ଉଚ୍ଛ୍ୱସିତ ବାରିଧାରାରୁ ବôତ କରିବ ନାହିଁ ।
ସମସ୍ତେ ଦରିଦ୍ର ଏବଂ ଅଭାବଗ୍ରସ୍ତ । କିନ୍ତୁ, ବାସ୍ତବିକ, ତୁମେ ହେଉଛ ସର୍ବାଧିକାରୀ, ସର୍ବଦମନକାରୀ, ସର୍ବକ୍ଷମତାପନ୍ନ ।
- Bahá'u'lláh