ହେ ତୁମେ ଦୟାମୟ ପ୍ରଭୁ ! ତୁମେ ସ୍ୱୟଂ ଯିଏ ହେଉଛ କରୁଣାମୟ ଓ ସୁଦକ୍ଷ ! ତୁମ ଅନୁଗ୍ରହର ଛତ୍ରଛାୟା ତଳେ ଆଶ୍ରିତ ଆମ୍ଭେମାନେ ତୁମର ସେବକ ଅଟୁ । ତୁମ ଅନୁକମ୍ପାର ଝଲକ ଆମ୍ଭମାନଙ୍କ ଉପରେ ନିକ୍ଷେପ କର । ଆମର ଚକ୍ଷୁକୁ ଆଲୋକ ପ୍ରଦାନ କର, ଆମର ର୍କକୁ ଶ୍ରବଣ କରିବା ଶକ୍ତିଦିଅ ଏବଂ ଆମର ହୃଦୟକୁ ବୋଧଗମ୍ୟ ଓ ପ୍ରେମ ପ୍ରଦାନ କର । ଆମର ଆତ୍ମାକୁ ତୁମର ଶୁଭ ସମାଚାର ଦ୍ୱାରା ଆନନ୍ଦ ଏବଂ ପ୍ରଫୁଲ୍ଲିତ କର । ହେ ପ୍ରଭୁ ! ତୁମ ସାମ୍ରାଜ୍ୟ ପଥରେ ଆମ୍ଭମାନଙ୍କୁ ଦିଗ୍ଦର୍ଶନ ଦିଅ ଏବଂ ପବିତ୍ରାତ୍ମାଙ୍କ ପ୍ରଶ୍ୱାସରେ ଆମ୍ଭ ସମସ୍ତଙ୍କୁ ପୁନର୍ଜୀବିତ କର । ଆମ୍ଭମାନଙ୍କୁ ଶାଶ୍ୱତ ଜୀବନ ପ୍ରଦାନ କର ଏବଂ ଅନନ୍ତ ସ୧ାନ ଆମକୁ ଅର୍ପଣ କର । ମାନବ ଜାତିକୁ ଏକତ୍ରିତ କର ତଥା ମାନବ ଜଗତକୁ ଆଲୋକିତ କର, ଯେପରି ଆମ୍ଭେମାନେ ସମସ୍ତେ ତୁମର ମାର୍ଗ ଅନୁସରଣ କରିପାରିବୁ । ତୁମର ସୁ-ପ୍ରସାଦକୁ ଆକାଙ୍କ୍ଷା କରିପାରିବୁ ଏବଂ ତୁମର ଦିବ୍ୟ ସାମ୍ରାଜ୍ୟର ରହସ୍ୟଗୁଡ଼ିକୁ ଅନୁସନ୍ଧନା କରିପାରିବୁ । ହେ ଭଗବାନ୍ ! ଆମ୍ଭମାନଙ୍କୁ ଏକତ୍ରିତ କର ଏବଂ ଆମର ହୃଦୟ ସମୂହକୁ ତୁମର ଅବିଚ୍ଛେଦ୍ୟ ବନ୍ଧନ ଦ୍ୱାରା ସଂଯୁକ୍ତ କର । ବାସ୍ତବିକ୍, ତୁମେ ହେଉଛ ପରମ ଦାତା । ତୁମେ ହେଉଛ ପରମ ଦୟାବାନ୍, ଦିବ୍ୟ ପୁରୁଷ ଏବଂ ତୁମେ ହେଉଛ ସର୍ବଶକ୍ତିଶାଳୀ ।
- `Abdu'l-Bahá