ହେ ଦୟାମୟ ପ୍ରଭୁ ! ତୁମ୍ଭେ ମାନବଜାତିକୁ ଏକ ଉପାଦାନରୁ ହିଁ ସୃଷ୍ଟି କରିଛ । ସମସ୍ତେ ଏକ ଗୃହର ବାସିନ୍ଦା ହେବେ ବୋଲି ତୁମ୍ଭେ ରାୟ ଦେଇଛ । ତୁମ୍ଭର ପବିତ୍ର ଉପସ୍ଥିତିରେ ସମସ୍ତେ ତୁମ୍ଭର ସେବକ ଏବଂ ସମଗ୍ର ମାନବଜାତି ତୁମ୍ଭର ଶିବିର ତଳେ ଆଶ୍ରିତ, ତୁମ୍ଭର ବଦାନ୍ୟତାର ମେଜ ନିକଟରେ ସମସ୍ତେ ଏକତ୍ରିତ । ତୁମ୍ଭର ବିଧାନର ଆଲୋକରେ ସମସ୍ତେ ଆଲୋକିତ । ହେ ଈଶ୍ୱର ! ତୁମ୍ଭେ ସମସ୍ତଙ୍କ ପ୍ରତି ଦୟାଶୀଳ । ତୁମ୍ଭେ ସମସ୍ତଙ୍କ ପାଇଁ ସବୁ ଯୋଗାଇଦେଇଛ । ସମସ୍ତଙ୍କୁ ଆଶ୍ରୟ ଦେଇଛ, ସମସ୍ତଙ୍କୁ ଜୀବନ ଦାନ କରିଛ, ପ୍ରତ୍ୟେକଙ୍କୁ ପ୍ରତିଭା ଏବଂ ପ୍ରଜ୍ଞା ପ୍ରଦାନ କରିଛ । ସମସ୍ତେ ତୁମ୍ଭ କରୁଣା ସାଗରରେ ନିମଜ୍ଜମାନ ।
ହେ ତୁମ୍ଭେ ଦୟାମୟ ପ୍ରଭୁ ! ସମସ୍ତଙ୍କୁ ଏକତ୍ରିତ କର । ସମସ୍ତ ଧର୍ମ ଏକମତ ହୁଅନ୍ତୁ ଏବଂ ସବୁ ରାଷ୍ଟ୍ରକୁ ଏକ ରାଷ୍ଟ୍ରରେ ପରିଣତ କର । ତାହାହେଲେ ସେମାନେ ପରସ୍ପରକୁ ଏକ ପରିବାର ଓ ସମଗ୍ର ବିଶ୍ୱକୁ ଏକ ବାସଗୃହ ପରି ଦେଖିପାରିବେ । ସଂର୍ପୂ ଐକ୍ୟ ଭିତରେ ସମସ୍ତେ ମିଳିମିଶି ବାସ କରନ୍ତୁ ।
ହେ ଈଶ୍ୱର ! ମାନବଜାତିର ଏକତ୍ୱ ପତାକାକୁ ଉୋଳନ କର ।
ହେ ଈଶ୍ୱର ! ସର୍ବମହାନ୍ ଶାନ୍ତି ପ୍ରତିଷ୍ଠା କର ।
ହେ ଈଶ୍ୱର ! ହୃଦୟ ସହ ହୃଦୟକୁ ଏକତ୍ର ଦୃଢ଼ ଭାବେ ବାନ୍ଧି ଦିଅ ।
ହେ ଦୟାମୟ ପିତା, ହେ ଈଶ୍ୱର ! ତୁମ୍ଭର ପ୍ରେମର ସୁଗନ୍ଧିରେ ଆମ୍ଭର ହୃଦୟକୁ ଆହ୍ଲାଦିତ କର । ତୁମ୍ଭର ପଥ ପ୍ରଦର୍ଶନ ଆଲୋକରେ ଆମ୍ଭର ଚକ୍ଷୁ ପ୍ରଜ୍ଜ୍ୱାଳିତ କର । ତୁମ୍ଭର ମଧୁର ଶବ୍ଦ ମୂର୍ଚ୍ଛନାରେ ଆମ୍ଭର ର୍କ ଆମୋଦିତ କର ଏବଂ ତୁମ୍ଭର ବିଧାନ ଦୁର୍ଗରେ ଆମକୁ ଆଶ୍ରିତ କରି ରଖ ।
ତୁମ୍ଭେ କ୍ଷମତାଶାଳୀ ଏବଂ ଶକ୍ତିଶାଳୀ, ତୁମ୍ଭେ କ୍ଷମାଶୀଳ ଏବଂ ତୁମ୍ଭେ ହିଁ ଏକମାତ୍ର ଯିଏ କି ମନୁଷ୍ୟର ଦୁର୍ବଳତା ପ୍ରତି ଦୃଷ୍ଟିପାତ କରେ ନାହିଁ ।
- `Abdu'l-Bahá