ହେ ପରମେଶ୍ୱର ! ଆମ୍ଭେମାନେ ଦୁର୍ବଳ; ଆମ୍ଭମାନଙ୍କୁ ଶକ୍ତି ପ୍ରଦାନ କର । ଆମ୍ଭେମାନେ ଦରିଦ୍ର, ଆମ୍ଭମାନଙ୍କୁ ତୁମ୍ଭର ଅପରିମେୟ ସମ୍ପଦ ପ୍ରଦାନ କର । ଆମ୍ଭେମାନେ ପୀଡ଼ିତ, ଆମ୍ଭମାନଙ୍କୁ ତୁମର ସ୍ୱର୍ଗୀୟ ଉପଶମ ମଞ୍ଜୁର କର । ଆମ୍ଭେମାନେ ଶକ୍ତିହୀନ, ଆମ୍ଭମାନଙ୍କୁ ତୁମର ସ୍ୱର୍ଗୀୟଶକ୍ତି ପ୍ରଦାନ କର । ହେ ପ୍ରଭୁ ! ଆମ୍ଭମାନଙ୍କୁ ଏହି ଜଗତରେ କାର୍ଯ୍ୟକ୍ଷମ କରାଅ । ଆମ୍ଭମାନଙ୍କୁ ସ୍ୱାର୍ଥ ଓ ଅଭିଳାଷ ଜଗତରୁ ମୁକ୍ତି ଦିଅ । ହେ ପ୍ରଭୁ ! ଆମ୍ଭମାନଙ୍କୁ ତୁମ ପ୍ରେମରେ ଦୃଢ଼ କର ଏବଂ ସମଗ୍ର ମାନବଜାତିକୁ ଭଲପାଇବାକୁ ଆମ୍ଭମାନଙ୍କର କାରଣ ହୁଅ । ସମଗ୍ର ମାନବଜାତିକୁ ସେବା କରିବାରେ ଆମ୍ଭମାନଙ୍କୁ ଦୃଢ଼ ସ୍ୱୀକୃତି ଦିଅ । ଯାହାଫଳରେ ଆମ୍ଭେମାନେ ତୁମ ସେବକମାନଙ୍କର ସେବା କରିପାରିବୁ, ଯ୍ୱାରା ଆମ୍ଭେମାନେ ତୁମର ସକଳ ପ୍ରାଣୀମାନଙ୍କୁ ଭଲ ପାଇପାରିବୁ ଏବଂ ତୁମର ସକଳ ମଣିଷଜାତି ପ୍ରତି ସହାନୁଭୂତି ସମ୍ପନ୍ନ ହୋଇପାରିବୁ । ହେ ପ୍ରଭୁ ! ତୁମେ ହେଉଛ ସର୍ବଶକ୍ତିଶାଳୀ ! ତୁମେ ହେଉଛ ପରମ କାରୁଣିକ ! ତୁମେ ହେଉଛ ପରମ କ୍ଷମାଶୀଳ ! ତୁମେ ହେଉଛ ସର୍ବଶକ୍ତିମାନ ।
- `Abdu'l-Bahá