ହେ ଈଶ୍ୱର, ମୋର ପରମେଶ୍ୱର ! ତୁମ୍ଭ ପ୍ରେମରଜ୍ଜୁ ଦୃଢ଼ ଭାବେ ଧାରଣ କରି ଏବଂ ତୁମ ଯତ୍ନ ଓ ରକ୍ଷଣାବେକ୍ଷଣ ଉପରେ ସଂର୍ପୂ ନିର୍ଭର କରି ମୁଁ ମୋର ଗୃହରୁ ଯାତ୍ରାରମ୍ଭ କରିଛି । ମୁଁ ତୁମ୍ଭଙ୍କୁ ତୁମ୍ଭର ଏହି କ୍ଷମତା ମାଧ୍ୟମରେ ଆବାହନ କରୁଛି, ଯାହା ବଳରେ ତୁମ୍ଭେ ତୁମ୍ଭଠାରୁ ଦୂରେଇ ଯାଇଥିବା ଯଥେଚ୍ଛାଚାରୀ ଏବଂ ଅଶିଷ୍ଟମାନଙ୍କର କବଳରୁ ତଥାଚ ପ୍ରତ୍ୟେକ ଦୁର୍ବିନୀତ ଅତ୍ୟାଚାରୀ ଓ ଦୁଷ୍ଟମାନଙ୍କଠାରୁ ତୁମ୍ଭର ପ୍ରିୟଜନମାନଙ୍କୁ ରକ୍ଷାକର ଏବଂ ତୁମ୍ଭ ବଦାନ୍ୟତା ଏବଂ ଉଦାରତା ବଳରେ ମୋତେ ନିରାପଦ ରଖ । ତେଣୁ ତୁମ୍ଭ ଶକ୍ତି ଓ କ୍ଷମତା ବଳରେ ନିର୍ଭର କରାଇ ଗୃହ ପ୍ରତ୍ୟାର୍ବନରେ ମୋତେ ସମର୍ଥ କର । ତୁମ୍ଭେ ହିଁ ପ୍ରକୃତ ସର୍ବଶକ୍ତିମାନ୍, ଅସହାୟର ସହାୟ ତଥା ସ୍ୱୟଂପାଳକ ।
- Bahá'u'lláh