ହେ ମୋର ଈଶ୍ୱର ! ତୁମ କରୁଣାରୁ ମୁଁ ଏହି ପ୍ରଭାତ ସମୟରେ ଜାଗ୍ରତ ହୋଇଛି । ତୁମ ଉପରେ ସଂର୍ପୂ ଭରସା ରଖି ଓ ନିଜକୁ ତୁମ ପ୍ରଯତ୍ନରେ ସମର୍ପଣ କରି, ମୁଁ ମୋର ଗୃହ ତ୍ୟାଗ କରିଛି । ତେଣୁ ତୁମ କରୁଣାର ସ୍ୱର୍ଗରୁ ମୋ ପାଇଁ ତୁମ ତରଫରୁ ଏକ ସୁଆଶିଷ ପ୍ରେରଣ କର ଏବଂ ତୁମ ଉପରେ ଦୃଢ଼ ଚିନ୍ତା ନିବିଷ୍ଟ କରି ତୁମ ସୁରକ୍ଷା ମଧ୍ୟରେ ଯାତ୍ରାରମ୍ଭ କରିବା ନିମି ଯେପରି ସାମର୍ଥ୍ୟ ପ୍ରଦାନ କରିଛ, ସେହିପରି ନିରାପଦରେ ଗୃହ ପ୍ରତ୍ୟାର୍ବନ ନିମି ମୋତେ ସମର୍ଥ କର ।
ତୁମ ବ୍ୟତୀତ ଅନ୍ୟ କୌଣସି ଈଶ୍ୱର ନାହାଁନ୍ତି, ତୁମେ ହିଁ ଅଦ୍ୱିତୀୟ, ଅତୁଳନୀୟ, ସର୍ବଜ୍ଞାତା ଓ ସର୍ବବିଜ୍ଞ ।
- Bahá'u'lláh