ହେ ମୋର ଈଶ୍ୱର, ମୋର ମାଲିକ, ମୋର ଆକାଙ୍କ୍ଷାର ପରମ ଲକ୍ଷ୍ୟ ! ତୁମର ଏହି ସେବକ ତୁମ ପ୍ରଯତ୍ନ ଓ ସୁରକ୍ଷା ନିମି ବିନୀତ ପ୍ରାର୍ଥନା କରି ତୁମ କରୁଣାର ଆଶ୍ରୟରେ ଶୟନ ଓ ତୁମ ଅନୁଗ୍ରହର ଛତ୍ରଛାୟା ତଳେ ବିଶ୍ରାମ କରିବା ନିମି ଅଭିଳାଷ କରୁଛି ।
ହେ ମୋର ପ୍ରଭୁ ! ତୁମ ବିନିଦ୍ର ନୟନ ଦ୍ୱାରା ମୋର ନେତ୍ରକୁ ତୁମ ବ୍ୟତୀତ ଅନ୍ୟ କାହାକୁ ଦର୍ଶନ ନ କରିବା ନିମି ସତର୍କତାର ସହ ଦୃଷ୍ଟି ରଖିବାକୁ ମୁଁ ଅନୁରୋଧ କରୁଛି । ସେହି ନେତ୍ରର ଦୃଷ୍ଟିଶକ୍ତିକୁ ଶକ୍ତିଶାଳୀ କର । ଯାହାଫଳରେ ଏହା ତୁମର ପ୍ରତୀକଗୁଡ଼ିକୁ ଅବଲୋକନ କରିପାରିବ ଏବଂ ତୁମ ଦିବ୍ୟ ପ୍ରକାଶର ଦିଗନ୍ତକୁ ଦର୍ଶନ କରିପାରିବ । ତୁମ ଅନନ୍ତ ଶକ୍ତିର ପ୍ରକାଶ ସ୧ୁଖରେ ସାମର୍ଥ୍ୟର ବିଶୁଦ୍ଧ ନିର୍ଯ୍ୟାସ ମଧ୍ୟ ଦୋଦୁଲ୍ୟମାନ ହୋଇଯାଇଛି ।
ତୁମ ବ୍ୟତୀତ ଅନ୍ୟ କେହି ଈଶ୍ୱର ନାହାନ୍ତି, ତୁମେ ହିଁ ସର୍ବଶକ୍ତିମାନ୍, ସର୍ବ-ବଶକାରୀ, ନିଃର୍ସ ।
- Bahá'u'lláh