ହେ ସତ୍ୟାନ୍ୱେଷଣକାରୀ ! ତୁମେ ଯଦି ଚାହଁ ଯେ ଈଶ୍ୱର ତୁମର ଦିବ୍ୟ ଚକ୍ଷୁ ଉନ୍ମୋଚନ କରିବେ, ତାହାହେଲେ ମଧ୍ୟ-ରାତ୍ରିରେ ଈଶ୍ୱରଙ୍କଠାରେ ତୁମକୁ ନିମ୍ନଲିଖିତ ଅନୁନୟ କରିବାକୁ ହେବ, ପ୍ରାର୍ଥନା କରିବାକୁ ହେବ ଏବଂ ତାଙ୍କ ସହିତ ଆଳାପ କରିବାକୁ ହେବ ।
ହେ ପ୍ରଭୁ ! ମୁଁ ତୁମ୍ଭର ଏକତ୍ୱର ରାଜ୍ୟ ପ୍ରତି ଉନ୍ମୁଖ ହୋଇଛି ଏବଂ ତୁମ୍ଭ କରୁଣା ସାଗରରେ ନିମଜ୍ଜିତ ହୋଇଛି । ହେ ପ୍ରଭୁ ! ଏହି ଅନ୍ଧକାର ରାତ୍ରରେ ତୁମ୍ଭର ଆଲୋକ ପ୍ରଦର୍ଶନ କରି ମୋ ଦୃଷ୍ଟିଶକ୍ତିକୁ ପ୍ରଜ୍ଜ୍ୱଳିତ କର ଏବଂ ଏହି କିଂଭୂତ ଯୁଗରେ ତୁମ୍ଭ ପ୍ରେମସୁରାରେ ମୋତେ ସୁଖୀ କର । ହେ ପ୍ରଭୁ ! ତୁମର ଆହ୍ୱାନ ଶୁଣିବା ପାଇଁ ମୋତେ ସମର୍ଥ କର ଏବଂ ମୋ ସ୧ୁଖରେ ତୁମ୍ଭର ସ୍ୱର୍ଗଦ୍ୱାର ଉନ୍ମୋଚନ କର । ତାହାହେଲେ ମୁଁ ତୁମ୍ଭ ଦିବ୍ୟ ଜ୍ୟୋତିସ ନ୍ଦର୍ଶନ କରିପାରିବି ଏବଂ ତୁମ୍ଭ ଦିବ୍ୟ ସୌନ୍ଦର୍ଯ୍ୟରେ ସେ୧ାହିତ ହୋଇପାରିବି ।
ବାସ୍ତବରେ, ତୁମେ ହିଁ ଏକମାତ୍ର ଦାନୀ, ଉଦାର, ଦୟାଶୀଳ ତଥା କ୍ଷମାଶୀଳ ।
- `Abdu'l-Bahá