ହେ ପରମେଶ୍ୱର ! ତୁମ ପ୍ରେମସିକ୍ତ ବକ୍ଷରେ ଏହି କ୍ଷୁଦ୍ର ଶିଶୁଟିକୁ ପାଳନ କର ଏବଂ ତୁମ ଦିବ୍ୟ ଅନୁକମ୍ପାର ପୟୋଧରରୁ ଏହାକୁ ଦୁଗ୍ଧ ପ୍ରଦାନ କର । ତୁମ ପ୍ରେମର ଗୋଲାପ ବଗିଚାରେ ଏହି ସତେଜ ଚାରାଟିର ଯତ୍ନ ନେଇ ତୁମ ବଦାନ୍ୟତା ବାରିଧାରା ମାଧ୍ୟମରେ ବର୍ଦ୍ଧିତ ହେବା ନିମି ଏହାକୁ ସହାୟତା ପ୍ରଦାନ କର । ଏହାକୁ ତୁମ ଦିବ୍ୟ ସାମ୍ରାଜ୍ୟର ଏକ ଶିଶୁ ରୂପେ ପରିଣତ କରି ତୁମ ସ୍ୱର୍ଗୀୟ ରାଜ୍ୟ ଅଭିମୁଖେ କଢ଼େଇ ନିଅ । ତୁମେ ହେଉଛ ମହାଶକ୍ତିଶାଳୀ ତଥା ଦୟାଳୁ ପ୍ରଭୁ । ତୁମେ ହିଁ ଦାତା, ମହାନୁଭବ ତଥା ଅତୁଳନୀୟ, ବଦାନ୍ୟତାର ପ୍ରଭୁ ।
- `Abdu'l-Bahá