ହେ ପ୍ରଭୁ, ଏହି ଶିଶୁମାନଙ୍କୁ ସର୍ବୋକ୍ରୃଷ୍ଟ ଚାରା ଗଛରେ ପରିଣତ କର । ସେମାନଙ୍କୁ ତୁମ୍ଭ ଦିବ୍ୟ ଚୁକ୍ତିର ଉଦ୍ୟାନରେ ବିକଶିତ ହେବାକୁ ଅନୁମତି ପ୍ରଦାନ କର ଏବଂ ଆଭା ସାମ୍ରାଜ୍ୟର ବାରିଧାରା ମାଧ୍ୟମରେ ସତେଜତା ଏବଂ ସୌନ୍ଦର୍ଯ୍ୟତା ବର୍ଷଣ କର ।
ହେ ତୁମ୍ଭେ ଦୟାଳୁ ପ୍ରଭୁ ! ମୁଁ ଏକ କ୍ଷୁଦ୍ର ଶିଶୁ, ତୁମ୍ଭ ସାମ୍ରାଜ୍ୟରେ ମୋତେ ଗ୍ରହଣ କରି, ମୋତେ ମହିମାନ୍ୱିତ କରାଅ । ମୁଁ ହେଉଛି ପାର୍ଥିବ, ମୋତେ ସ୍ୱର୍ଗୀୟ ଶିଶୁରେ ପରିଣତ କର । ମୁଁ ତୁଚ୍ଛ, ମୋତେ ଊଦ୍ଧ୍ୱର୍ ରାଜ୍ୟର ନିବାସୀ କରାଅ । ମୁଁ ଅନ୍ଧକାରରେ ପଡ଼ିରହିଛି । ତେଜସ୍ୱୀ ହେବା ନିମି ମୋତେ ଯବଣା ଦିଅ । ଭୌତିକ ଭିତରେ ମୁଁ ରହିଅଛି, ମୋତେ ଆଧ୍ୟ୍ୟାତ୍ମିକବାଦୀରେ ପରିଣତ କର ଏବଂ ଯାହା ମାଧ୍ୟମରେ ମୁଁ ତୁମ୍ଭ ଅସୀମ କରୁଣାକୁ ପ୍ରଦର୍ଶନ କରିପାରିବି, ତାହା ମୋତେ ପ୍ରଦାନ କର ।
ସ୍ୱୟଂ ତୁମ୍ଭେ ହେଉଛ ପରମ ସାମର୍ଥ୍ୟବାନ୍, ସର୍ବ ପ୍ରେମମୟ ।
- `Abdu'l-Bahá