ହେ ସ୍ୱୟଂ ତୁମ୍ଭେ ! ଯାହାଙ୍କ ମୁଖାରବିନ୍ଦ ହିଁ ମୋର ଆରାଧନାର ବିନ୍ଦୁ, ଯାହାଙ୍କ ସୌନ୍ଦର୍ଯ୍ୟ ହିଁ ମୋର ଅଭୟ ସ୍ଥଳ, ଯାହାଙ୍କ ଆବାସ ହିଁ ମୋର ଲକ୍ଷ୍ୟ, ଯାହାଙ୍କ ସ୍ମୃତି ହିଁ ମୋର ଆଶା, ଯାହାଙ୍କ ମଙ୍ଗଳକର ବିଧାନ ହିଁ ମୋର ସହଚର, ଯାହାଙ୍କ ପ୍ରେମ ହିଁ ମୋର ଅସ୍ତିତ୍ୱର କାରଣ, ଯାହାଙ୍କ ସ୍ମରଣ ହିଁ ମୋର ଭରସା, ଯାହାଙ୍କ ସାନ୍ନିଧ୍ୟ ହିଁ ମୋର କାମନା, ଯାହାଙ୍କ ସଦୟ ଉପସ୍ଥିତି ହିଁ ମୋର ସର୍ବାଧିକ ପ୍ରିୟ ଇଚ୍ଛା ଏବଂ ସର୍ବୋଚ୍ଚ ଆକାଙ୍କ୍ଷା । ମୁଁ ତୁମ୍ଭଙ୍କୁ ପ୍ରାର୍ଥନା କରୁଅଛି ଯେ, ମୋତେ ସେହି ସବୁ ବସ୍ତୁରୁ ବôତ କରନାହିଁ, ଯାହାକି ତୁମ୍ଭ ସେବକମାନଙ୍କ ମଧ୍ୟରୁ ମନୋନୀତ ଆତ୍ମାଗଣଙ୍କ ନିମି ତୁମ୍ଭେ ବିଧାନ କରିଅଛ । ଏଣୁ, ଏହି ଜଗତ ଏବଂ ଆଗାମୀ ଜଗତ ପାଇଁ ମୋର ମଙ୍ଗଳ ବିଧାନ କର ।
ସତ୍ୟତଃ, ତୁମ୍ଭେ ହିଁ ସମସ୍ତ ମାନବଜାତିର ସମ୍ରାଟ । ତୁମ୍ଭ ବ୍ୟତୀତ ଅନ୍ୟ କେହି ଈଶ୍ୱର ନାହାନ୍ତି, ତୁମ୍ଭେ ହିଁ ସଦା କ୍ଷମାଶୀଳ, ପରମ ଉଦାର !
- Bahá'u'lláh