ତୁମ୍ଭର ନାମ ଜୟଗାନ ହେଉ । ହେ ମୋର ଈଶ୍ୱର ! ତଥା ସକଳ ବସ୍ତୁର ଈଶ୍ୱର ! ମୋର ପରମ ଗୌରବ ! ସକଳ ବସ୍ତୁର ପରମ ଗୌରବ ! ମୋର ପରମ ଆକାଙ୍କ୍ଷା ଏବଂ ସକଳ ବସ୍ତୁର ପରମ ଆକାଂଙ୍କ୍ଷା ! ମୋର ପରମ କ୍ଷମତା ଏବଂ ସକଳ ବସ୍ତୁର ପରମ କ୍ଷମତା ! ମୋର ପରମ ରାଜନ ଏବଂ ସକଳ ବସ୍ତୁର ପରମ ରାଜନ ! ମୋର ପରମ ଅଧିକାରୀ ଏବଂ ସକଳ ବସ୍ତୁର ପରମ ଅଧିକାରୀ ! ମୋର ପରମ ଲକ୍ଷ୍ୟ ଏବଂ ସକଳ ବସ୍ତୁର ପରମ ଲକ୍ଷ୍ୟ ! ମୋର ଦିବ୍ୟ ପରିଚାଳକ ଏବଂ ସକଳ ବସ୍ତୁର ଦିବ୍ୟ ପରିଚାଳକ ! ମୁଁ ତୁମ୍ଭଙ୍କୁ ପ୍ରାର୍ଥନା କରୁଅଛି ଯେ, ତୁମ ସୁକୋମଳ କରୁଣାର ମହାସାଗରରୁ ଦୂରେଇ ରଖିବାକୁ ଅଥବା ତୁମ୍ଭ ସାନି୍ନଧ୍ୟର ତଟଦେଶରୁ ଦୂରୀଭୂତ କରିବାରୁ ମୋତେ ଯାତନା ଦିଅନାହିଁ ।
ହେ ମୋର ପ୍ରଭୁ ! ତୁମ ବ୍ୟତୀତ ଅନ୍ୟ କିଛି ମୋତେ ଲାଭଦାୟକ ହୋଇ ନଥାଏ ଏବଂ ତୁମ ବ୍ୟତୀତ ଅନ୍ୟ କାହାର ସାନ୍ନିଧ୍ୟରୁ ମୋତେ କିଛି ମିଳି ନ ଥାଏ । ଯେଉଁମାନେ ତୁମ୍ଭ ଆଡ଼କୁ ଉନ୍ମୁଖ ହୋଇଛନ୍ତି ଏବଂ ତୁମ୍ଭର ସେବା କରିବା ନିମି ଜାଗ୍ରତ ହୋଇଛନ୍ତି, ସେହିମାନଙ୍କ ମଧ୍ୟରେ ମୋତେ ଗଣନା କରିବା ନିମି ତୁମ୍ଭ ଧନାଢ଼୍ୟତା ବହୁଳତାର ଦ୍ୱାହି ଦେଇ ମୁଁ ତୁମ୍ଭଙ୍କୁ ବିନୀତ ପ୍ରାର୍ଥନା କରି କହୁଅଛି, ଯାହା ମାଧ୍ୟମରେ କି ତୁମ୍ଭ ବ୍ୟତୀତ ଅନ୍ୟ ସମସ୍ତଙ୍କ ଉପରେ ତୁମ୍ଭେ ରାଜୁତି କରିଥାଅ ।
ଏଣୁ, ହେ ମୋର ପ୍ରଭୁ, ତୁମ୍ଭ ସେବକମାନଙ୍କୁ ଏବଂ ତୁମ୍ଭ ସେବିକାମାନଙ୍କୁ କ୍ଷମା ପ୍ରଦାନ କର । ସତ୍ୟତଃ, ତୁମ୍ଭେ ସଦା କ୍ଷମାଶୀଳ, ପରମ କରୁଣାମୟ ।
- Bahá'u'lláh