ହେ ପ୍ରଭୁ, ମୋର ଈଶ୍ୱର ! ତୁମ ଧର୍ମରେ ଦୃଢ଼ ରହିବା ଲାଗି, ତୁମ ର୍ନିେଶିତ ପଥରେ ଯିବା ଲାଗି ଓ ତୁମ ଧର୍ମରେ ଏକନିଷ୍ଠ ରହିବା ଲାଗି ତୁମ ପ୍ରିୟଜନମାନଙ୍କୁ ସହାୟ ହୁଅ । ଅହମିକା ଓ ବାସନାର ପ୍ରବଳ ବେଗକୁ ପ୍ରତିରୋଧ କରିବା ପାଇଁ ଓ ତୁମ ଦିବ୍ୟ ପଥ- ପ୍ରଦର୍ଶନର ଆଲୋକକୁ ଅନୁସରଣ କରିବା ପାଇଁ ସେମାନଙ୍କୁ ତୁମର କୃପା ପ୍ରଦାନ କର । ତୁମେ ଶକ୍ତିଶାଳୀ, କରୁଣାମୟ, ସ୍ୱନିର୍ଭର, ଦାତା, ସହାନୁଭୂତିଶୀଳ, ସର୍ବଶକ୍ତିମାନ୍ ଓ ସର୍ବ-ବଦାନ୍ୟ ।
- `Abdu'l-Bahá