ପ୍ରଭୁ ! ଆମ୍ଭେମାନେ ନିର୍ଦ୍ଧନ, ଆମ୍ଭମାନଙ୍କ ଉପରେ ତୁମ୍ଭର ଉଦାରତା ବର୍ଷଣ କର । ଆମ୍ଭେମାନେ ନିଃସ୍ୱ, ତୁମ୍ଭର ସମ୍ପଦ ପାରାବାରରୁ ଆମ୍ଭଙ୍କୁ କିଛି ଦାନ କର । ଆମ୍ଭେମାନେ ଅଭାବଗ୍ରସ୍ତ, ଆମ୍ଭମାନଙ୍କ ଆବଶ୍ୟକତା ପୂରଣ କର । ଆମ୍ଭେମାନେ ନଗଣ୍ୟ, ଆମ୍ଭମାନଙ୍କୁ ସ୧ାନାସ୍ପଦ କର ।
ଆକାଶର ସମସ୍ତ ପକ୍ଷୀ ଏବଂ ପ୍ରାନ୍ତରର ସମସ୍ତ ପଶୁ ତୁମ୍ଭର ଦାନର ଭୋଜନ ଭାର ଦ୍ୱାରା ପାଳିତ ଏବଂ ସମସ୍ତ ପ୍ରାଣୀ ତୁମ୍ଭର ଉଦାରତାର ପ୍ରାଚୁର୍ଯ୍ୟ ଉପଭୋଗ କରି ସୁଖଲାଭ କରୁଛନ୍ତି ।
ଏହି ଅସହାୟ ପ୍ରାଣୀକୁ ତୁମ୍ଭର ମହାନ୍ ଆଶୀର୍ବାଦରୁ ବôତ କରନାହିଁ ଏବଂ ଏହି ଶକ୍ତିହୀନ ଆତ୍ମାକୁ ତୁମ୍ଭର ସାମର୍ଥ୍ୟ ଦାନ କର ।
ଆମ୍ଭମାନଙ୍କୁ ଆମ୍ଭମାନଙ୍କର ଦୈନିକ ଜୀବିକା ଏକ ପ୍ରକୃଷ୍ଟ ସୂତ୍ରରେ ଦାନ କର ଏବଂ ଆମ୍ଭମାନଙ୍କର ଆବଶ୍ୟକତା ପରିପୂରଣ ପାଇଁ ଆଶୀର୍ବାଦ ପ୍ରଦାନ କର, ଯାହା ଫଳରେ ଆମ୍ଭେମାନେ ତୁମ ବ୍ୟତୀତ ଅନ୍ୟ ସବୁଥିରୁ ନିଜ ନିଜକୁ ସ୍ୱତବ ରଖିବୁ ଏବଂ କେବଳ ତୁମ୍ଭଙ୍କୁ ସ୍ମରଣ କରିବୁ ଓ ଅନ୍ୟ ସବୁ ଭୁଲିଯିବୁ ।
ଆମ୍ଭେମାନେ ନିବେଦନ କରୁକି; ଆମ୍ଭମାନଙ୍କୁ ଏପରି ବର ପ୍ରଦାନ କର, ଯାହାଫଳରେ ଆମ୍ଭେମାନେ ତୁମ୍ଭରି ମାର୍ଗରେ ପରିଚାଳିତ ହେବୁ, ତୁମ୍ଭର ମୁଖାରବିନ୍ଦ ଅନ୍ୱେଷଣ କରିପାରିବୁ ଏବଂ ତୁମ୍ଭର ରହସ୍ୟ ଉଦ୍ଘାଟନ କରିପାରିବୁ ।
ତୁମ୍ଭେ ହେଉଛ ଶକ୍ତିଶାଳୀ, ପ୍ରେମୀ ଏବଂ ତୁମେ ହେଉଛ ମାନବ ଜଗତର ଅନ୍ନଦାତା ।
- `Abdu'l-Bahá