ହେ ପ୍ରଭୁ ! ତୁମ୍ଭ ନାମରେ ବିଚ୍ଛୁରିତ ହୋଇଥିବା ଏହି ଆନନ୍ଦମୟ ପଟଳକୁ ହଟାଇ ଦିଅନାହିଁ ଏବଂ ସେହି ପ୍ରଜ୍ଜ୍ୱଳିତ ଶିଖାକୁ ନିର୍ବାପିତ କରନାହିଁ, ଯାହାକି ତୁମ୍ଭ ଅନିର୍ବାପିତ ଅଗ୍ନି ମାଧ୍ୟମରେ ପ୍ରଜ୍ଜ୍ୱଳିତ କରାଯାଇଛି । ତୁମ୍ଭର ସେହି ଜୀବନ୍ତ ଜଳର ପ୍ରବାହକୁ ବନ୍ଦ କରି ଦିଅନାହିଁ, ଯାହାକି ତୁମ୍ଭର ମହିମା ଏବଂ ତୁମ ସ୍ମରଣର ସୁମଧୁର ସ୍ୱରକୁ ଗୁଞ୍ଜରିତ କରୁଅଛି ଏବଂ ତୁମ ପ୍ରେମର ସୁବାସିତ ମଧୁର ସୁଗନ୍ଧର ସୁରଭିରୁ ତୁମ୍ଭ ସେବକମାନଙ୍କୁ ବôତ କରନାହିଁ ।
ପ୍ରଭୁ ! ତୁମ୍ଭ ପବିତ୍ର ଜନଗଣଙ୍କର କ୍ଳେଶଦାୟକ ଉଦ୍ବେଗଗୁଡ଼ିକୁ ସହଜରେ ପରିଣତ କର, ସେମାନଙ୍କର କଠିନ ପରିଶ୍ରମକୁ ଆରାମରେ, ସେମାନଙ୍କର ଅପମାନକୁ ମହିମାରେ, ସେମାନଙ୍କର ଶୋକକୁ ଆଶିଷଯୁକ୍ତ ଉଲ୍ଲାସରେ ପରିର୍ବିତ କରିଦିଅ । ହେ ପ୍ରଭୁ ! ତୁମ୍ଭେ ସ୍ୱୟଂ ନିଜେ ସୃଷ୍ଟି ମଧ୍ୟରେ ସମଗ୍ର ମାନବଜାତି ନିୟତିର ଲଗାମକୁ ଧରିଅଛ ।
ସତ୍ୟତଃ ତୁମ୍ଭେ ହେଉଛ ଅଦ୍ୱିତୀୟ ଏବଂ ସାମର୍ଥ୍ୟବାନ୍, ସର୍ବଜ୍ଞାତା ଓ ସର୍ବ ପ୍ରଜ୍ଞ ।
- `Abdu'l-Bahá