ତୁମର ନାମ ମହିମାନ୍ୱିତ ହେଉ । ହେ ପ୍ରଭୁ, ହେ ମୋର ଈଶ୍ୱର ! ତୁମର ଯେଉଁ ନାମ ମାଧ୍ୟମରେ ସେହି ମହାନ୍ ସମୟ ଉପଗତ ହୋଇଛି, ପୁନର୍ଜୀବନ ପ୍ରତ୍ୟାଗତ ହୋଇଛି ଏବଂ ସ୍ୱର୍ଗ ଓ ର୍ମ୍ୟରେ ରହିଥିବା ଯାବତୀୟ ଭୟ ତଥା ଉଦ୍ବିଗ୍ନତା ଅବରୋଧ ହୋଇଛି । ତୁମର ଯେଉଁ ସେବକଗଣ ତୁମ ଆଡ଼କୁ ଅଭିମୁଖୀ ହୋଇଛନ୍ତି ଓ ତୁମ ଧର୍ମର ସେବା କରିଛନ୍ତି, ସେହି ସେବକମାନଙ୍କର ହୃଦୟରାଜିକୁ ଯାହା ପ୍ରଫୁଲ୍ଲିତ କରାଇବ, ତୁମ ଦୟାର ସ୍ୱର୍ଗ ମଧ୍ୟରୁ ଏବଂ ତୁମ ସୁକୋମଳ କରୁଣାର ବାରିଦ ମଧ୍ୟରୁ ବାରିଧାରା ବର୍ଷଣ କରିବାକୁ ତୁମ ଦିବ୍ୟ ନାମରେ ଦ୍ୱାହି ଦେଇ ମୁଁ ତୁମକୁ ଅନୁନୟ କରୁଛି ।
ହେ ମୋର ପ୍ରଭୁ ! ତୁମର ସେବକ ଓ ସେବିକାମାନଙ୍କୁ ବୃଥା କଳ୍ପନା ଓ ଅବାସ୍ତବ ଧାରଣାର ବର୍ଚ୍ଛାଠାରୁ ନିରାପଦରେ ରଖି ଏବଂ ତୁମ ଅନୁକମ୍ପାର ହସ୍ତ ମଧ୍ୟରୁ ତୁମ ଜ୍ଞାନର ମୃଦୁ ପ୍ରବାହ ଜଳରାଶିରୁ ଏକ ଢୋକ ଜଳ ସେମାନଙ୍କୁ ପ୍ରଦାନ କର ।
ବାସ୍ତବିକ୍, ତୁମେ ହେଉଛ ସର୍ବଶକ୍ତିଶାଳୀ, ସର୍ବସ୧ୁନ୍ନତ, ସର୍ବ- କ୍ଷମାଶୀଳ, ସର୍ବ ବଦାନ୍ୟ ।
- Bahá'u'lláh