ତୁମର ନାମ ମହିମାନ୍ୱିତ ହେଉ । ହେ ତୁମ୍ଭେ ସ୍ୱୟଂ ଯାହାଙ୍କ ହସ୍ତରେ ସକଳ ନାମାବଳୀର ଦିବ୍ୟ ସାମ୍ରାଜ୍ୟ ରହିଅଛି ଏବଂ ସ୍ୱୟଂ ଯାହାଙ୍କ ଶକ୍ତିଶାଳୀ ଆୟତାଧୀନରେ ସ୍ୱର୍ଗ ଓ ର୍ମ୍ୟରେ ଥିବା ଯାବତୀୟ ସକଳ ବସ୍ତୁ ରହିଅଛି ! ହେ ସ୍ୱୟଂ ତୁମ୍ଭେ ଅନନ୍ତକାଳର ଦିବ୍ୟ ରାଜନ୍ ! ସ୍ୱୟଂ ଯିଏ ତୁମର ମହାଜ୍ୟୋତିର୍ମୟ ଦିବ୍ୟ ନାମ ଅଟନ୍ତି । ସ୍ୱୟଂ ଯାହାଙ୍କୁ ତୁମେ ତୁମ ପଥରେ ତୁମ ବିଧାନକୁ କାର୍ଯ୍ୟକାରୀ କରିବା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରିଛ, ସ୍ୱୟଂ ତାଙ୍କରି ଦ୍ୱାହି ଦେଇ ମୁଁ ତୁମକୁ ପ୍ରାର୍ଥନା କରୁଛି କି ତୁମ ଗୌରବର ଦିଗ୍ବଳୟଠାରୁ ତୁମ ପ୍ରାଣୀମାନଙ୍କୁ ଯାହା ପ୍ରତିବନ୍ଧିତ କରିଛି, ସେହି ପରଦାଗୁଡ଼ିକୁ ଚିରି ଛିନ୍ନଭିନ୍ନ କରି ପୃଥକ କରିଦିଅ, ଯାହାକି ହୁଏତ ସେମାନେ ତୁମ କରୁଣାର ମାର୍ଗ ଆଡ଼କୁ ସେମାନଙ୍କର ମୁଖକୁ ଅଭିମୁଖୀ କରାଇ ତୁମ ପ୍ରେମର୍ପୂ ଦୟାର ଉଦୟସ୍ଥଳ ଆଡ଼କୁ ଆକର୍ଷିତ ହୋଇପାରିବେ ।
ହେ ମୋର ପ୍ରଭୁ ! ତୁମ ସେବକଗଣଙ୍କୁ ସେମାନଙ୍କ ଉପରେ ଛାଡ଼ିଦିଅ ନାହିଁ । ତୁମ ପ୍ରଭାବଶାଳୀ ବାଣୀ ମାଧ୍ୟମରେ ସେମାନଙ୍କୁ ତୁମ ପ୍ରେରଣାର ଉଦୟ ସ୍ଥଳ ଆଡ଼କୁ ତୁମ ଧର୍ମ ପ୍ରକାଶର ଦିବ୍ୟ ନିର୍ଝରଣୀ ନିକଟକୁ ତଥା ତୁମ ବିଜ୍ଞତାର କୋଷାଗାର ନିକଟକୁ ଆକର୍ଷିତ କର । ତୁମେ ହେଉଛ ସେହି ଦିବ୍ୟ ପୁରୁଷ ! ସ୍ୱୟଂ ଯାହାଙ୍କ ଶକ୍ତି ଓ କ୍ଷମତାକୁ ସକଳ-ବସ୍ତୁ ପ୍ରମାଣିତ କରିସାରିଛନ୍ତି । ସ୍ୱୟଂ ଯାହାଙ୍କ ଉଶ୍ୟେକୁ ବିଫଳ କରିଦେବାକୁ ତୁମର ସ୍ୱର୍ଗ ଓ ପୃଥିବୀ ମଧ୍ୟରେ ସୃଷ୍ଟି ହୋଇଥିବା ସକଳ ପ୍ରାଣୀଙ୍କ ମଧ୍ୟରୁ କେହି ବି ହେଲେ ସମର୍ଥ ହୋଇପାରି ନାହାଁନ୍ତି ।
ହେ ମୋର ପ୍ରଭୁ ! ତୁମର ଯେଉଁ ସେବକଗଣ ସ୍ୱୟଂ ତୁମ ଆଡ଼କୁ ସେମାନଙ୍କର ମୁଖ ଉନ୍ମୁଖ କରିଛନ୍ତି ଏବଂ ତୁମ କରୁଣାର ଆସ୍ଥାନ ନିକଟକୁ ସେମାନଙ୍କର ପଦଦ୍ୱୟକୁ କଢ଼ାଇ ନେଇଛନ୍ତି, ସେମାନଙ୍କୁ ବିଜୟ ପ୍ରଦାନ କର । ତୁମ ବ୍ୟତୀତ ଅନ୍ୟ କାହା ଉପରେ ସେମାନଙ୍କର ଚକ୍ଷୁକୁ ନିବଦ୍ଧ ରଖିବା ବିପଦଠାରୁ ସେମାନଙ୍କୁ ଯାହା ରକ୍ଷା କରିବ, ତାହା ସେମାନଙ୍କ ନିମନ୍ତେ ପ୍ରେରଣ କର ।
ତୁମେ ଯାହା ଇଚ୍ଛା କର ତାହା କାର୍ଯ୍ୟକାରୀ କରିବା ପାଇଁ ତଥା ଯେଉଁଥିରେ ତୁମେ ସନ୍ତୁଷ୍ଟ ତାହା ପ୍ରଶାସିତ କରିବା ପାଇଁ ତୁମେ କ୍ଷମତାଶାଳୀ ଅଟ । ହେ ଗୌରବ ଓ ବିଜ୍ଞତାର ଈଶ୍ୱର, ସ୍ୱୟଂ ତୁମ ବ୍ୟତୀତ ଅନ୍ୟ କେହି ଈଶ୍ୱର ନାହାନ୍ତି ।
- Bahá'u'lláh