ତୁମର ସ୍ତୁତିଗାନ ହେଉ, ହେ ପ୍ରଭୁ ! ହେ ମୋର ପରମେଶ୍ୱର! ଏହି ଅକିନ ହେଉଛି ତୁମର ଜଣେ ସେବକ, ଯିଏକି ତୁମ କୃପାର ହସ୍ତ ମଧ୍ୟରୁ ତୁମର ସୁକୋମଳ କରୁଣାର ମଦିରାକୁ ପାନ କରିଛି ଏବଂ ତୁମ ଦିନଗୁଡ଼ିକରେ ତୁମ ପ୍ରେମର ସ୍ୱାଦକୁ ଆସ୍ୱାଦନ କରିଛି । ଯାହାକୁ କୌଣସି ପ୍ରକାର ଶୋକ ସନ୍ତାପ ତୁମ ପ୍ରେମରେ ଉଲ୍ଲସିତ ହେବାଠାରୁ ଅଥବା ତୁମର ମୁଖମଳକୁ ଅବଲୋକନ କରିବାଠାରୁ ଅବରୋଧ କରିପାରିବ ନାହିଁ ଏବଂ ଯାହାକୁ ଅମନଯୋଗୀତାର ସକଳ ଅଧିବାସୀମାନେ ତୁମର ସୁପ୍ରସନ୍ନତାର ମାର୍ଗଠାରୁ ଦୂରେଇ ଦେବାର କାରଣ ହେବାକୁ ଶକ୍ତିହୀନ ଅଟନ୍ତି, ତାହା ପାଇଁ ତୁମେ ଧାରଣ କରିଥିବା ଉମ ପଦାର୍ଥ ପ୍ରେରଣ କରିବା ନିମି ତଥା ଏପରି ଏକ ଉଚ୍ଚତର ସ୍ଥାନକୁ ପହାଇ ଦେବା ନିମି ତୁମ ନାମାବଳୀର ପ୍ରତୀକଗୁଡ଼ିକ ଦ୍ୱାରା ମୁଁ ତୁମକୁ ମିନତି କରୁଛି । ଯ୍ୱାରା ସେ ଏହି ପୃଥିବୀକୁ ଏକ ଛାୟା ସଦୃଶ ବିଚାର କରିବ । ଯାହାକି ଆଖିର ପଲକ ପଡ଼ିବା ଠାରୁ ଆହୁରି କ୍ଷୀପ୍ରଗତିରେ ଉଭେଇ ଯାଇଥାଏ ।
ହେ ମୋର ପରମେଶ୍ୱର ! ତୁମ ଅପରିମେୟ ମହାନତାର କ୍ଷମତା ଦ୍ୱାରା ତୁମେ ଯାହା ଘୃଣାକର ସେହି ସବୁଗୁଡ଼ିକରୁ ତାଙ୍କୁ ସୁରକ୍ଷିତ ରଖ । ବାସ୍ତବିକ, ତୁମେ ହେଉଛ ତାହାର ପ୍ରଭୁ ଏବଂ ସକଳ ଜଗତର ପ୍ରଭୁ ଅଟ ।
- Bahá'u'lláh