ହେ ମୋର ପ୍ରଭୁ ! ତୁମ୍ଭେ ଜାଣ ଯେ, ଲୋକମାନେ ଯବଣା ଓ ର୍ଦୁଶାରେ ପରିବୃ ହୋଇ ରହିଛନ୍ତି ଏବଂ କ୍ଲେଶ ଓ ବିପଦର ପରିବେଶ ମଧ୍ୟରେ ରହିଛନ୍ତି । ପ୍ରତିଟି ପରୀକ୍ଷା ତଥା ପ୍ରତିଟି ସାଂଘାତିକ ଦୁର୍ଗତି ମନୁଷ୍ୟକୁ ସର୍ପଦଂଶନ ପରି ସଂକ୍ରମିତ କରିରଖେ । ତୁମ୍ଭ ବାହୁ ଛାୟାତଳେ ତୁମ୍ଭର ରକ୍ଷଣାବେକ୍ଷଣ ପ୍ରହରା ତ୍ୱାବଧାନ ବ୍ୟତୀତ ତାପାଇଁ ଅନ୍ୟ ଆଶ୍ରୟ କିମ୍ବା ଶରଣ ନାହିଁ ।
ହେ ମୋ କରୁଣାମୟ ପ୍ରଭୁ ! ତୁମ୍ଭର ସୁରକ୍ଷା ହିଁ ମୋର କର୍ମ ହେଉ, ତୁମ୍ଭର ନିରାପା ଦାନ ମୋର ଢାଲ ହେଉ, ତୁମ୍ଭର ଏକତ୍ୱର ଦ୍ୱାର ଦେଶରେ ନମ୍ରତା ମୋର ପ୍ରହରୀ ହେଉ ଏବଂ ତ୍ୱାବଧାନ ଓ ପ୍ରତିରକ୍ଷା ମୋର ଦୁର୍ଗ ତଥା ନିବାସ ହେଉ । ମୋ ନିଜ ଇଙ୍ଗିତ ଓ ଅଭିପ୍ସାରୁ ମୋତେ ନିରାପଦ ରଖ ଏବଂ ପ୍ରତିଟି ଅସୁସ୍ଥତା, ପ୍ରଲୋଭନ, ସଂକଟ ତଥା ଅଗ୍ନି ପରୀକ୍ଷାରୁ ମୋତେ ରକ୍ଷାକର ।
ତୁମ୍ଭେ ହିଁ ପ୍ରକୃତ ରକ୍ଷାକାରୀ, ତ୍ୱାବଧାରକ, ସଂରକ୍ଷକ ଓ ତୁଷ୍ଟକାରୀ ତଥା ତୁମେ ହିଁ ବାସ୍ତବିକ ଦୟାଳୁଙ୍କ ମଧ୍ୟରେ ଅତ୍ୟନ୍ତ ଦୟାଳୁ ।
- `Abdu'l-Bahá