ହେ ଈଶ୍ୱର, ହେ ମୋର ପରମେଶ୍ୱର ! ଅହମିକା ତଥା ବାସନାର ମନ୍ଦ ପ୍ରଭାବରୁ ତୁମ ବିଶ୍ୱସ୍ତ ସେବକମାନଙ୍କୁ ସୁରକ୍ଷିତ ରଖ । ତୁମ ସସ୍ନେହ-କରୁଣାଭରା ସତର୍କ ଚକ୍ଷୁ ଦ୍ୱାରା ସେମାନଙ୍କୁ ସକଳ ଦୋଷ, ଘୃଣା ଓ ଶତ୍ରୁତାରୁ ରକ୍ଷା କର । ତୁମ ତ୍ୱାବଧାନର ଅଭେଦ୍ୟ ଦୁର୍ଗରେ ସେମାନଙ୍କୁ ଆଶ୍ରୟ ଦିଅ ଏବଂ ସଂଶୟର ବର୍ଚ୍ଛାଠାରୁ ସେମାନଙ୍କୁ ନିରାପଦରେ ରଖ । ତୁମ ଗୌରବମୟ ନିଦର୍ଶନର ପ୍ରତୀକ ରୂପେ ସେମାନଙ୍କୁ ପରିଣତ କର । ତୁମ ଦିବ୍ୟ ଏକତାର ଉଦୟସ୍ଥଳଙ୍କ ଠାରୁ ଆସୁଥିବା ରଶ୍ମିଦ୍ୱାରା ସେମାନଙ୍କର ମୁଖମଳକୁ ଆଲୋକିତ କରିଦିଅ । ତୁମ ପବିତ୍ର ରାଜ୍ୟର ପ୍ରକାଶିତ ପଙ୍କ୍ତି ଦ୍ୱାରା ସେମାନଙ୍କର ହୃଦୟକୁ ପ୍ରଫୁଲ୍ଲିତ କରିଦିଅ ଏବଂ ତୁମ ଗୌରବ ରାଜ୍ୟରୁ ଆଗତ ହୋଇଥିବା ତୁମ ସର୍ବାଧିପତ୍ୟର୍ପୂ ସାମର୍ଥ୍ୟ ଦ୍ୱାରା ସେମାନଙ୍କର କଟୀଦେଶକୁ ଶକ୍ତିଶାଳୀ କରିଦିଅ । ତୁମେ ହେଉଛ ସବୁଠାରୁ ଅଧିକ ବଦାନ୍ୟ, ରକ୍ଷକ, ସର୍ବଶକ୍ତିମାନ୍ ଓ ଦୟାଶୀଳ ।
- `Abdu'l-Bahá