ହେ ତୁମେ ପରମ ନିୟନ୍ତା ! ସ୍ୱୟଂ ଯାହାଙ୍କର ଭୟାବହ ମହିମାରେ ସକଳ ବସ୍ତୁ ପ୍ରକମ୍ପିତ ହୋଇଅଛି, ସ୍ୱୟଂ ଯାହାଙ୍କର ଆୟତାଧୀନରେ ସକଳ ମାନବଙ୍କର ବ୍ୟାପାରାବଳୀ ଆବଦ୍ଧ ହୋଇ ରହିଅଛି, ସ୍ୱୟଂ ଯାହାଙ୍କର କରୁଣା ଓ ଅନୁଗ୍ରହ ଆଡ଼କୁ ତୁମର ସକଳ ପ୍ରାଣୀମାନଙ୍କ ମୁଖ ନିବିଷ୍ଟ ହୋଇ ରହିଛି ! ନାମାବଳୀର ଦିବ୍ୟ ସାମ୍ରାଜ୍ୟ ମଧ୍ୟରେ ଥିବା ସକଳ ନାମର ଆତ୍ମା ହେବାକୁ ତୁମେ ଯାହା ର୍ନିେଶ ଦେଇଅଛ, ଏହି ଧର୍ମ ପ୍ରକାଶରେ ତୁମ ନାମାବଳୀର ସାମ୍ରାଜ୍ୟକୁ ପ୍ରକମ୍ପିତ କରିବାରେ ଯାହା କାରଣ ହୋଇଛି, ଯେଉଁମାନେ ତୁମଠାରୁ ଦୂରେଇ ଯାଇଛନ୍ତି ଏବଂ ତୁମ ମହାମହିମ ଓ ସର୍ବସ୧ୁନ୍ନତ ଆତ୍ମସାର ସତ୍ୟକୁ ପ୍ରତ୍ୟାଖ୍ୟାନ କରିଛନ୍ତି, ସେହିମାନଙ୍କର ସମାଲୋଚନାରୁ ଆମ୍ଭମାନଙ୍କୁ ସୁରକ୍ଷିତ ରଖିବାକୁ ତୁମର ସେହି ଦିବ୍ୟନାମର ଦ୍ୱାହି ଦେଇ ମୁଁ ତୁମକ ପ୍ରାର୍ଥନା କରୁଅଛି ।
ହେ ମୋର ପ୍ରଭୁ ! ମୁଁ ତୁମର ପରିଚାରିକାମାନଙ୍କ ମଧ୍ୟରୁ ଜଣେ, ମୁଁ ତୁମର କରୁଣାର୍ପୂ ଅନୁଗ୍ରହର ପବିତ୍ର ସ୍ଥାନ ଆଡ଼କୁ ମୋର ମୁଖ ଅଭିମୁଖୀ କରିଅଛି ଏବଂ ତୁମ ମହିମାର ଉପାସନା ସ୍ଥଳକୁ ଭକ୍ତିର ସହିତ ଆରାଧନା କରିଛି । ତୁମର ଯାହା ପ୍ରିୟ ନୁହେଁ ସେହି ସକଳ ବସ୍ତୁରୁ ମୋତେ ପବିତ୍ର ରଖ । ତୁମକୁ ପ୍ରେମ କରିବା ପାଇଁ ଓ ତୁମର ସୁପ୍ରସାଦକୁ ପୂରଣ କରିବା ପାଇଁ ମୋତେ ସୁଦୃଢ଼ କର । ଯ୍ୱାରା ମୁଁ ନିଜେ ତୁମ ସୌନ୍ଦର୍ଯ୍ୟର ଅନୁଧ୍ୟାନ କରିବାରେ ଆନନ୍ଦିତ ହୋଇପାରିବି ଏବଂ ତୁମର କୌଣସି ପ୍ରାଣୀ ପ୍ରତି ଥିବା ସକଳ ଆସକ୍ତିରୁ ମୁକ୍ତ ହୋଇପାରିବି ତଥା ପ୍ରତି ମୁର୍ହୂରେ ଏହା ଉଦ୍ଘୋଷଣା କରିପାରିବି : ଜଗତ ସମୂହର ପ୍ରଭୁ ସ୍ୱୟଂ ଭଗବାନଙ୍କର ମହିମା ଘୋଷିତ ହେଉ !
ହେ ମୋର ପ୍ରଭୁ ! ତୁମର ସୌନ୍ଦର୍ଯ୍ୟ ମୋର ଖାଦ୍ୟ ହେଉ, ତୁମ ଉପସ୍ଥିତିର ଆଲୋକ ମୋର ପାନୀୟ ହେଉ, ତୁମର ଆନନ୍ଦ ମୋର ଆଶା ହେଉ, ତୁମର ପ୍ରଶଂସା ମୋର କର୍ମ ହେଉ, ତୁମର ସ୍ମରଣ ମୋର ସାଥୀ ହେଉ, ତୁମର ସାର୍ବଭୌମତ୍ୱ ମୋର ସହାୟକ ହେଉ, ତଥା ତୁମର ଆବାସ ମୋର ବାସସ୍ଥାନ ହେଉ । ପରଦା ସଦୃଶ ପଦାର୍ଥ ଦ୍ୱାରା ତୁମଠାରୁ ଯାହା ପ୍ରତିବନ୍ଧକ କରେ ସେଗୁଡ଼ିକର ସୀମାରେଖାରୁ ଊଦ୍ଧ୍ୱର୍ରେ ଯାହା ତୁମେ ସ୧ୁନ୍ନତ କରି ରଖିଅଛ, ସେହି ଆସ୍ଥାନଟି ମୋର ଗୃହ ହେଉ ।
ବାସ୍ତବିକ, ତୁମେ ହେଉଛ କ୍ଷମତାର ଭଗବାନ୍, ପରମ ବଳଶାଳୀ ଓ ଗୌରବର ଈଶ୍ୱର ।
- Bahá'u'lláh