ହେ ମୋର ପରମେଶ୍ୱର ! ତୁମର ଜୟ ହେଉ, ମୋର ମୁଖ ସ୍ୱୟଂ ତୁମର ମୁଖାରବିନ୍ଦ ଆଡ଼କୁ ଅଭିମୁଖୀ ହୋଇଛି ଏବଂ ମୋର ମୁଖ ବାସ୍ତବିକ ସ୍ୱୟଂ ତୁମର ମୁଖମଳ ଅଟେ । ମୋର ଆହ୍ୱାନ ହେଉଛି ସ୍ୱୟଂ ତୁମର ଆହ୍ୱାନ ଏବଂ ମୋର ପରିପ୍ରକାଶ ହେଉଛି ସ୍ୱୟଂ ତୁମର ପରିପ୍ରକାଶ । ମୋର ସା ହେଉଛି ସ୍ୱୟଂ ତୁମର ଆତ୍ମସା, ମୋର ଧର୍ମ ହେଉଛି ସ୍ୱୟଂ ତୁମର ଧର୍ମ, ମୋର ଆଦେଶ ହେଉଛି ସ୍ୱୟଂ ତୁମର ଆଦେଶ, ମୋର ଅସ୍ତିତ୍ୱ ହେଉଛି ସ୍ୱୟଂ ତୁମର ଅସ୍ତିତ୍ୱ, ମୋର ସାର୍ବଭୌମତ୍ୱ ହେଉଛି ସ୍ୱୟଂ ତୁମର ସାର୍ବଭୌମତ୍ୱ, ମୋର ମହିମା ହେଉଛି ସ୍ୱୟଂ ତୁମର ମହିମା ଏବଂ ମୋର ଶକ୍ତି ହେଉଛି ସ୍ୱୟଂ ତୁମର ଶକ୍ତି ।
ହେ ସ୍ୱୟଂ ତୁମେ ରାଷ୍ଟ୍ର ସମୂହର ନିର୍ମାତା ଏବଂ ଶାଶ୍ୱତ କାଳର ଦିବ୍ୟ ରାଜନ୍ ! ତୁମର ପରିଚାରିକାଗଣଙ୍କୁ ତୁମ ଚରିତ୍ରବାର ଶିବିର ମଧ୍ୟରେ ସୁରକ୍ଷିତ ରଖିବାକୁ ଏବଂ ତୁମ ଦିବସରେ ସେମାନଙ୍କର ଅନୁଚିତ କର୍ମଗୁଡ଼ିକୁ ପ୍ରତ୍ୟାହାର କରିଦେବା ପାଇଁ ମୁଁ ତୁମକୁ ଅନୁନୟ ପ୍ରାର୍ଥନା କରୁଛି ।
ହେ ମୋର ଈଶ୍ୱର ! ସେମାନଙ୍କୁ ସମସ୍ତ ସନେ୍ଦହ ତଥା ବୃଥା କଳ୍ପନାରୁ ନିର୍ମଳ ରଖ ଏବଂ ଯାହାସବୁ ତୁମ ସହିତ ସେମାନଙ୍କର ସଂପର୍କ ସ୍ଥାପନ କରେ ନାହିଁ ସେମାନଙ୍କୁ ସେଥିରୁ ବିଶୁଦ୍ଧ ରଖ । ହେ ସ୍ୱୟଂଭୂ ! ତୁମେ ନାମାବଳୀର ପ୍ରଭୁ ଏବଂ ବାଣୀର ପରମ ଉ ତୁମେ ହେଉଛ ସ୍ୱୟଂ ସେହି, ଯାହାଙ୍କ କରାୟତରେ ସମଗ୍ର ସୃଷ୍ଟିର ଲଗାମଗୁଚ୍ଛ ରହିଅଛି ।
ତୁମ ବ୍ୟତୀତ ଅନ୍ୟ କେହି ସର୍ବଶକ୍ତିଶାଳୀ, ସର୍ବସ୧ୁନ୍ନତ, ସର୍ବମହିମାମୟ, ସ୍ୱ-ନିର୍ଭର ଈଶ୍ୱର ନାହାଁନ୍ତି ।
- Bahá'u'lláh