ହେ ଦୟାମୟ ପ୍ରଭୁ ! ଦିବ୍ୟ ସାମ୍ରାଜ୍ୟର ଏହି କନ୍ୟା ଉପରେ ସ୍ୱର୍ଗୀୟ ଆଶିଷ ପ୍ରଦାନ କର ଏବଂ ଦୟାପରବଶ ହୋଇ ତାଙ୍କୁ ସହାୟ ହୁଅ, ଯ୍ୱାରା ସେ ତୁମ ଧର୍ମରେ ଦୃଢ଼ ରହିପାରିବ ଏବଂ ଏପରିକି ସେ ରହସ୍ୟମୟ ଗୋଲାପ ଉଦ୍ୟାନର ଗୋଟିଏ ବୁଲ୍ବୁଲ୍ ଭଳି ଆଭା ସାମ୍ରାଜ୍ୟ ମଧ୍ୟରେ ଅତୀବ ବିସ୍ମୟକର ଲଳିତ ସ୍ୱରରେ ସୁମଧୁର ସଂଗୀତ ଗାନ କରିପାରିବ । ସେଠାରେ ସମସ୍ତଙ୍କ ପାଇଁ ଆନନ୍ଦ ଆଣିଦେବ । ଦିବ୍ୟ ସାମ୍ରାଜ୍ୟର କନ୍ୟାଗଣଙ୍କ ମଧ୍ୟରେ ତାଙ୍କୁ ମହାନ୍ କରି ଗଢ଼ିତୋଳ ଏବଂ ଶାଶ୍ୱତ ଜୀବନ ପ୍ରାପ୍ତ ହେବା ନିମନ୍ତେ ତାଙ୍କୁ ସମର୍ଥ କରାଅ ।
ତୁମେ ହେଉଛ ପରମ ପ୍ରଦାତା, ସର୍ବ ପ୍ରେମମୟ ।
- `Abdu'l-Bahá