ହେ ମୋର ଈଶ୍ୱର ! ଏ ହେଉଛି ତୁମ ସେବକ ତଥା ତୁମ ସେବକର ପୁତ୍ର, ଯିଏ କି ତୁମ ବ୍ୟତୀତ ସମସ୍ତଙ୍କଠାରୁ ସଂର୍ପୂ ଅସଂଲଗ୍ନ ରହି ତୁମକୁ ଓ ତୁମ ନିଦର୍ଶନଗୁଡ଼ିକୁ ବିଶ୍ୱାସ କରିଛି ଏବଂ ତୁମ ଆଡ଼କୁ ତାର ମୁଖ ସ୍ଥିର ରଖିଛି । ବାସ୍ତବରେ ତୁମେ ହିଁ କାରୁଣିକମାନଙ୍କ ମଧ୍ୟରୁ ଅନ୍ୟତମ, ଅତୀବ କରୁଣାମୟ ।
ହେ ମନୁଷ୍ୟମାନଙ୍କର ପାପ-ବିମୋଚକ ଓ ସେମାନଙ୍କ ଦୋଷଦୁର୍ଗୁଣର ଗୁପ୍ତ-ରକ୍ଷକ, ତୁମ ଦୟାର ସାଗର ତଥା ବଦାନ୍ୟତାର ସ୍ୱର୍ଗ ପ୍ରତି ଅନୁକୂଳ ବିଷୟାବଳୀକୁ ଏହି ବ୍ୟକ୍ତି ପ୍ରତି ବିଧାନ କର । ତୁମର ସର୍ବାଧିକ ଶ୍ରେଷ୍ଠ କରୁଣାର ପରିସର ମଧ୍ୟରେ ଯାହାକି ସ୍ୱର୍ଗଲୋକ ଓ ଭୁଲୋକର ପ୍ରତିଷ୍ଠା ପୂର୍ବରୁ ବିଦ୍ୟମାନ ରହିଛି, ତନ୍ମଧ୍ୟରେ ଏହି ବ୍ୟକ୍ତିକୁ ପ୍ରବେଶ କରିବା ପାଇଁ ଅନୁମତି ପ୍ରଦାନ କର । ତୁମ ବ୍ୟତୀତ ଅନ୍ୟ କେହି ଈଶ୍ୱର ନାହାନ୍ତି । ତୁମେ ହିଁ ଚିରକ୍ଷମାଶୀଳ, ଅତୀବ ଉଦାର ।
ଏହାପରେ ସେ ଆଲ୍ଲଃ-ଓ-ଆଭା ଅଭିବାଦନକୁ ଛଥର ଉଚ୍ଚାରଣ କରିବେ ଏବଂ ତାପରେ ନିମ୍ନୋକ୍ତ ପଙ୍କ୍ତତିଗୁଡ଼ିକ ୧୯ଥର ଲେଖାଏଁ ପାଠ କରିବେ :
ସତ୍ୟତଃ, ଆମେ ସମସ୍ତେ ଈଶ୍ୱରଙ୍କୁ ଉପାସନା କରୁ ।
ସତ୍ୟତଃ, ଆମେ ସମସ୍ତେ ଈଶ୍ୱରଙ୍କ ସ୧ୁଖରେ ଅବନତ ଅଟୁ ।
ସତ୍ୟତଃ, ଆମେ ସମସ୍ତେ ଈଶ୍ୱରଙ୍କ ପ୍ରତି ଅନୁରକ୍ତ ।
ସତ୍ୟତଃ, ଆମେ ସମସ୍ତେ ଈଶ୍ୱରଙ୍କ ସ୍ତୁତିଗାନ କରୁ ।
ସତ୍ୟତଃ, ଆମେ ସମସ୍ତେ ଈଶ୍ୱରଙ୍କୁୂ ଧନ୍ୟବାଦନ ଅର୍ପଣ କରୁ ।
ସତ୍ୟତଃ, ଆମେ ସମସ୍ତେ ଈଶ୍ୱରଙ୍କଠାରେ ଧୈର୍ଯ୍ୟଶୀଳ ।
(ମୃତ ବ୍ୟକ୍ତି ଯଦି ମହିଳା ହୋଇଥାନ୍ତି ତେବେ ଏ ହେଉଛି
ତୁମ ସେବିକା ଓ ତୁମ ସେବିକାର କନ୍ୟା ବୋଲି ଆରମ୍ଭରୁ ପଢ଼ିବାକୁ
ପଡ଼ିବ ।)
- Bahá'u'lláh