ତୁମର ମହିମାଗାନ ହେଉ, ହେ ପ୍ରଭୁ, ହେ ମୋର ପରମେଶ୍ୱର ! ତୁମର ଶାଶ୍ୱତ ସାର୍ବଭୌମ ଶକ୍ତି ଦ୍ୱାରା ତୁମେ ଯାହାକୁ ମହିମାନ୍ୱିତ କରିଥିଲ ତାକୁ ଅଧଃପତିତ କରନାହିଁ ଏବଂ ଯାହାକୁ ତୁମେ ତୁମ ଶାଶ୍ୱତ ପ ମପ ମଧ୍ୟରେ ପ୍ରବେଶ କରିବା ପାଇଁ ସୁଯୋଗ ଦେଇଛ, ତାକୁ ତୁମ ନିକଟରୁ ଦୂରେଇ ଦିଅ ନାହିଁ । ହେ ମୋର ଈଶ୍ୱର ! ଯାାହାକୁ ତୁମେ ତୁମ ପ୍ରଭୁତ୍ୱର ଛାୟାତଳେ ଆଶ୍ରୟ ଦେଇଛ, ତାକୁ କଣ ତୁମେ ତୁମଠାରୁ ଦୂରେଇ ରଖିବ ? ହେ ମୋର ଆକାଙ୍କ୍ଷା ! ଯାହା ପ୍ରତି ତୁମେ ଏକ ଶରଣ ହୋଇଛ ତୁମେ କଣ ତାକୁ ତୁମଠାରୁ ବିମୁଖ କରାଇଦେବ ? ତୁମେ ଯାହାକୁ ଊଦ୍ଧ୍ୱର୍କୁ ଉୋଳିତ କରିଛ ତାକୁ କଣ ତୁମେ ନିମ୍ନଗାମୀ କରିପାରିବ ? କିମ୍ବା, ଯାହାକୁ ତୁମେ ତୁମର ସ୍ମରଣ କରିବା ପାଇଁ ସମର୍ଥ କରିଛ ତାକୁ କଣ ତୁମେ ଭୁଲିପାରିବ ?
ତୁମର ମହିମାଗାନ ହେଉ ! ଅସୀମ ଭାବେ ମହିମାଗାନ ହେଉ । ତୁମେ ହେଉଛ ସ୍ୱୟଂ ସେହି, ଯିଏକି ଅନନ୍ତକାଳରୁ ସମଗ୍ର ସୃଷ୍ଟିର ପରମ ରାଜା ଏବଂ ଏହାର ମୁଖ୍ୟ ଦିବ୍ୟ ସଂଚାଳକ ହୋଇ ଆସିଛ, ତଥା ତୁମେ ସକଳ ସୃଷ୍ଟ ବସ୍ତୁର ପ୍ରଭୁ ଓ ସେମାନଙ୍କର ନିୟନ୍ତା ଭାବେ ଚିରଦିନ ହୋଇ ରହିବ । ତୁମର ଯଶୋଗାନ ହେଉ, ହେ ମୋର ଈଶ୍ୱର ! ଯଦି ତୁମେ ତୁମର ସେବକଗଣଙ୍କ ପ୍ରତି କୃପା ପ୍ରଦାନ କରିବା ବନ୍ଦ କରିଦେବ, ତାହାହେଲେ କିଏ ସେମାନଙ୍କୁ କୃପା ପ୍ରଦର୍ଶନ କରିବ? ଯଦି ତୁମେ ତୁମର ପ୍ରିୟଜନମାନଙ୍କୁ ସହାୟତା ପ୍ରଦାନ କରିବା ବନ୍ଦ କରିଦେବ ତାହେଲେ କିଏ ସେମାନଙ୍କୁ ସହାୟତା ପ୍ରଦାନ କରିପାରିବ ?
ତୁମର ଯଶୋଗାନ ହେଉ, ଅସୀମ ଭାବେ ଯଶୋଗାନ ହେଉ ! ତୁମେ ତୁମର ସତ୍ୟ ପାଇଁ ପ୍ରଶଂସାର ପାତ୍ର ହୋଇଅଛ ଏବଂ ଆମ୍ଭେମାନେ ସମସ୍ତେ ବାସ୍ତବିକ ତୁମକୁ ଆରାଧନା କରୁଛୁ; ତୁମର ନ୍ୟାୟ ଦ୍ୱାରା ତୁମେ ପ୍ରକାଶିତ ହୋଇଅଛ ଏବଂ ତୁମକୁ ଆମେ ସମସ୍ତେ ବାସ୍ତବିକ ତାହାର ସାକ୍ଷ୍ୟ ପ୍ରଦାନ କରୁଛୁ । ସତ୍ୟତଃ, ତୁମେ ତୁମର ଅନୁକମ୍ପା ପାଇଁ ପ୍ରିୟତମ ଅଟ । ତୁମ ବ୍ୟତୀତ ଅନ୍ୟ କେହି ଈଶ୍ୱର ନାହାଁନ୍ତି, ତୁମେ ଭୟାନକ ସଂକଟରେ ସହାୟ ଓ ସନିର୍ଭର ।
- Bahá'u'lláh