(ବାହଓଲ୍ଲହ୍ଙ୍କ ନବମ ଆନନ୍ଦ-ର୍ବାାରୁ ଏକ ପ୍ରାର୍ଥନା)
.... ମନୁଷ୍ୟ ସ୧ୁଖରେ ପାପ ଓ ନିୟମ-ଲଂଘନକୁ ସ୍ୱୀକାର କରିବା ଅନୁମୋଦନୀୟ ନୁହେଁ । ...... ପାପୀ ସେ ନିଜେ ଏବଂ ଭଗବାନଙ୍କ ମଧ୍ୟରେ ହେବା ଉଚିତ୍ । କରୁଣା ସାଗରରୁ କରୁଣା ଭିକ୍ଷା କର, ବଦାନ୍ୟତାର ସ୍ୱର୍ଗରୁ କ୍ଷମା ପ୍ରାର୍ଥନା କର ଏବଂ କୁହ :
ହେ ମୋର ପ୍ରଭୁ ! ମୁଁ ତୁମ ଆଡ଼କୁ ମୋର ମୁଖ ଅଭିମୁଖୀ କରିଅଛି । ତୁମ ଅନୁଗ୍ରହର ଅତ୍ୟା୧⁄୨ର୍ଯ୍ୟଗୁଡ଼ିକ ଉପରେ ତଥା ତୁମ କରୁଣାର ପ୍ରକାଶଗୁଡ଼ିକ ଉପରେ ତାହାର ଆଶାକୁ ତୁମେ ନିବଦ୍ଧ କରିଛ । ମୁଁ ତୁମକୁ ପ୍ରାର୍ଥନା କରୁଛି କି ତୁମ କରୁଣାର ଦ୍ୱାରଦେଶରୁ ନିରାଶକରି ଫେରାଇ ଦେବାକୁ ତୁମେ ମୋତେ ଯବଣା ଦେବନାହିଁ କି ତୁମ ଧର୍ମକୁ ଯେଉଁମାନେ ପ୍ରତ୍ୟାଖ୍ୟାନ କରିଛନ୍ତି, ତୁମର ସେହି ପ୍ରାଣୀମାନଙ୍କ ପରି ମୋତେ ପ୍ରତ୍ୟାଖ୍ୟାନ କରିବ ନାହିଁ ।
ହେ ମୋର ପରମେଶ୍ୱର, ମୁଁ ତୁମର ଜଣେ ସେବକ ଏବଂ ତୁମ ସେବକର ପୁତ୍ର । ତୁମ ଦିନଗୁଡ଼ିକରେ ତୁମର ସତ୍ୟକୁ ମୁଁ ସ୍ୱୀକାର କରିଛି । ତୁମ ଅଦ୍ୱିତୀୟତ୍ୱକୁ ସ୍ୱୀକାର କରି, ତୁମ ଏକତାକୁ ଗ୍ରହଣ କରି ଏବଂ ତୁମର କ୍ଷମା ପାଇଁ ଆଶାକରି ତୁମ ଏକତ୍ୱର ବେଳାଭୂମି ଆଡ଼କୁ ମୋର ପଦ ବଢ଼ାଇଦେଇଛି । ତୁମେ ଯାହା ଇଚ୍ଛାକର ତାହା ସମ୍ପନ୍ନ କରାଇବାକୁ ତୁମେ ପରମ କ୍ଷମତାବାନ୍; ସର୍ବ-ଗୌରବମୟ, ଚିର-କ୍ଷମାଶୀଳ, ସ୍ୱୟଂ ତୁମ ବ୍ୟତୀତ ଆଉ ଅନ୍ୟ କେହି ଈଶ୍ୱର ନାହାଁନ୍ତି ।
ହେ ପ୍ରଭୁ ! ମୋର ଭଗବାନ୍ ! ତୁମର ମହିମା ଘୋଷିତ ହେଉ । ତୁମର ସ୍ମରଣ ମୋର ସାଥୀ ହେବାକୁ, ତୁମର ପ୍ରେମ ମୋର ଶିରୋଧାର୍ଯ୍ୟ ହେବାକୁ, ତୁମର ମୁଖମଳ ମୋର ଲକ୍ଷ୍ୟ ହେବାକୁ, ତୁମର ନାମ ମୋର ପ୍ରଦୀପ ହେବାକୁ, ତୁମର ଇଚ୍ଛା ମୋର ଅଭିଳାଷ ହେବାକୁ ଏବଂ ତୁମର ଆନନ୍ଦ ମୋର ସୁଖ ହେବାକୁ, ତୁମର ମନୋନୀତ ପରମ ପୁରୁଷଙ୍କର ଦ୍ୱାହିଦେଇ, ତୁମର ଦିବ୍ୟ ଆସ୍ଥାଙ୍କ ପରମ ବହନର୍କାଙ୍କର ଦ୍ୱାହି ଦେଇ ଏବଂ ସ୍ୱୟଂ ଯାହାଙ୍କୁ ତୁମେ ତୁମ ଅବତାରମାନଙ୍କର ତଥା ତୁମ ର୍ବାାବହମାନଙ୍କର ମୋହର ହେବାକୁ ର୍ନିେଶ ଦେଇଛ, ସ୍ୱୟଂ ତାଙ୍କର ଦ୍ୱାହି ଦେଇ ମୁଁ ତୁମକୁ ସବିନୟ ଅନୁରୋଧ କରୁଅଛି ।
ହେ ମୋର ପ୍ରଭୁ ! ମୁଁ ଜଣେ ପାପୀ ଏବଂ ତୁମେ ହେଉଛ ଚିର- କ୍ଷମାଶୀଳ । ମୁଁ ତୁମକୁ ସ୍ୱୀକାର କରିବା ମାତ୍ରେ ତୁମ ପ୍ରେମର୍ପୂ ଦୟାର ସ୧ୁନ୍ନତ ଦରବାରକୁ ଲାଭ କରିବାକୁ ମୁଁ ଅଗ୍ରସର ହୋଇଛି । ହେ ପ୍ରଭୁ ! ତୁମ ସୁ-ପ୍ରସାଦର ମାର୍ଗରେ ବେଗଗାମୀ ହେବାରୁ ଏବଂ ତୁମ ଏକତ୍ୱର ମହାସାଗରର ବେଳାଭୂମିକୁ ପ୍ରାପ୍ତ ହେବାରୁ ଯାହା ମୋତେ ପ୍ରତିବନ୍ଧକ କରିଛି ସେହି ପାପ ପାଇଁ ମୋତେ କ୍ଷମାକର ।
ହେ ମୋର ପ୍ରଭୁ ! ମୋର ଆଉ କେହି ହେଲେ ନାହାଁନ୍ତି, ଯିଏକି ମୋତେ କରୁଣାର୍ପୂ ଭାବେ ପରିଚାଳିତ କରିପାରିବ, ଯାହା ପ୍ରତି ମୁଁ ମୋର ମୁଖକୁ ଅଭିମୁଖୀ କରିପାରିବି ଏବଂ ମୋ ଉପରେ ସହାନୁଭୂତି ଦେଖାଇଲା ଭଳି କେହିହେଲେ ବ୍ୟକ୍ତି ନାହିଁ । ଯାହାଫଳରେ କି ତାହାର କରୁଣା ପ୍ରତି ମୁଁ ଆଶାୟୀ ହୋଇପାରିବି । ତୁମ ଅନୁଗ୍ରହର ଉପସ୍ଥିତିରେ ମୁଁ ତୁମକୁ ପ୍ରାର୍ଥନା କରୁଛି କି ମୋତେ ତୁମେ ଦୂରେଇ ଦିଅନାହିଁ କି ତୁମ ବଦାନ୍ୟତା ଓ କରୁଣାର ଆଶୀର୍ବାଦ ଝରଣାକୁ ମୋଠାରୁ ଅଟକାଇ ଦିଅନାହିଁ । ହେ ମୋର ପ୍ରଭୁ, ଯେଉଁମାନେ ତୁମକୁ ପ୍ରେମ କରନ୍ତି, ସେମାନଙ୍କ ପାଇଁ ତୁମେ ଯାହା ନିର୍ଦ୍ଧାରଣ କରିଛ, ତାହା ମୋ ପାଇଁ ନିର୍ଦ୍ଧାରଣ କର ଏବଂ ତୁମର ମନୋନୀତ ଭକ୍ତମାନଙ୍କ ପାଇଁ ଯାହା ତୁମେ ଲିପିବଦ୍ଧ କରିଅଛ, ତାହା ମୋ ପାଇଁ ଲିପବଦ୍ଧ କର । ମୋର ଦୃଷ୍ଟି, ସଦାସର୍ବଦା ତୁମର ସଦୟ ଅନୁଗ୍ରହର ଦିଗ୍ବଳୟ ଉପରେ ସ୍ଥିରୀକୃତ ହୋଇଛି ଏବଂ ମୋର ଚକ୍ଷୁ ତୁମ କୋମଳ କରୁଣାର ଦରବାର ପ୍ରତି ନିର୍ନିମେଷ ନୟନରେ ଚାହିଁ ରହିଛି । ତୁମକୁ ଯାହା ଅନୁକୂଳ ହୁଏ ମୋଠାରେ ତାହା ବିଦ୍ୟମାନ କର । କ୍ଷମତାର ଭଗବାନ୍, ଗୌରବର ଈଶ୍ୱର, ସ୍ୱୟଂ ଯାହାଙ୍କ ସାହାଯ୍ୟକୁ ସକଳ ମାନବ ପ୍ରାର୍ଥନା କରନ୍ତି, ସ୍ୱୟଂ ତୁମ ବ୍ୟତୀତ ଆଉ ଅନ୍ୟ କେହି ଈଶ୍ୱର ନାହାଁନ୍ତି ।
- Bahá'u'lláh