ହେ ପରମେଶ୍ୱର, ହେ ମୋର ପରମାତ୍ମା ! ତୁମର ପ୍ରକୃତ ପ୍ରେମିକମାନେ ଯେଉଁମାନେ କି ତୁମର ମଧୁର ମୂର୍ଚ୍ଛନାବାଣୀ ଦ୍ୱାରା ଏତେ ଆନନ୍ଦରେ ବିହ୍ୱଳିତ ହୋଇଛନ୍ତି, ସ୍ୱୟଂ ଯିଏ ସର୍ବ ମହିମାମୟ ଶହିଦ୍ତ୍ୱର ସ୍ଥଳ, ପରମ ଗୌରବର ଚରମ ଶିବିର ସ୍ୱୟଂ ତାଙ୍କ ଆଡ଼କୁ ସେମାନେ ଧାବମାନ ହୋଇଛନ୍ତି । ତୁମର ସେହି ପ୍ରକୃତ ପ୍ରେମିକମାନଙ୍କର ଶୋଣିତର ଦ୍ୱାହି ଦେଇ ମୁଁ ତୁମକୁ ସବିନୟ ଅନୁରୋଧ କରୁଅଛି ଏବଂ ମୋ ପାଇଁ ତଥା ମୋ ପିତାମାତାଙ୍କ ପାଇଁ କ୍ଷମା ପ୍ରଦାନ କରିବାକୁ ତୁମ ଜ୍ଞାନ ମଧ୍ୟରେ ଯାହା ନିହିତ ଅଛି, ସେହି ରହସ୍ୟାବଳୀର ଦ୍ୱାହି ଦେଇ ତଥା ତୁମ ଅନୁଗ୍ରହର ପାରାବାର ମଧ୍ୟରେ ସଂରକ୍ଷିତ ହୋଇ ରହିଥିବା ସେହି ମୁକ୍ତାବଳୀର ଦ୍ୱାହି ଦେଇ ମୁଁ ତୁମକୁ ପ୍ରାର୍ଥନା କରୁଅଛି । ଯେଉଁମାନେ କରୁଣା ଦେଖାନ୍ତି, ସେହିମାନଙ୍କର ତୁମେ ହିଁ ବାସ୍ତବରେ ପରମ କାରୁଣିକ, ଚିରକ୍ଷମାଶୀଳ, ସକଳ ଅନୁଗ୍ରହର୍ପୂ । ସ୍ୱୟଂ ତୁମ ବ୍ୟତୀତ ଆଉ ଅନ୍ୟ କେହି ଈଶ୍ୱର ନାହାଁନ୍ତି ।
ହେ ପ୍ରଭୁ ! ତୁମ ଅନୁଗ୍ରହର ପାରାବାର ଆଡ଼କୁ ଅଭିମୁଖୀ ହୋଇଥିବାର ଏହି ପାପାଘ୍ନକୁ ତୁମେ ଦେଖୁଛ, ତୁମ ସ୍ୱର୍ଗୀୟ କ୍ଷମତାର ସାମ୍ରାଜ୍ୟକୁ ଅନୁସନ୍ଧାନ କରୁଥିବାର ଏହି ଶକ୍ତିହୀନକୁ ତୁମେ ଦେଖୁଛ ଏବଂ ତୁମ ସମ୍ପଦର ସୂର୍ଯ୍ୟଆଡ଼କୁ ଢଳି ରହିଥିବାର ଏହି ଅକିନ ପ୍ରାଣୀକୁ ତୁମେ ଦେଖୁଛ । ହେ ପ୍ରଭୁ, ତୁମ କରୁଣା ଓ ଅନୁଗ୍ରହର ଦ୍ୱାହି! ତାହାକୁ ନିରାଶ କରନାହିଁ କି ତୁମ ଦିନଗୁଡ଼ିକରେ ତୁମ ଆଶୀର୍ବାଦର ପ୍ରକାଶଗୁଡ଼ିକ ମଧ୍ୟରୁ ତାହାକୁ ବହିଷ୍କାର କରନାହିଁ ଏବଂ ତୁମର ସ୍ୱର୍ଗ ତଥା ପୃଥିବୀରେ ବାସ କରୁଥିବା ସମସ୍ତଙ୍କ ନିମି ତୁମେ ଯାହା ସଂର୍ପୂ ଉନ୍ମୁକ୍ତ କରିଦେଇଛି, ତୁମର ସେହି ପ୍ରବେଶ ଦ୍ୱାରଦେଶରୁ ତାହାକୁ ଦୂରେଇ ଦିଅନାହିଁ ।
ହାୟ ! ହାୟ ! ମୋର ପାପଗୁଡ଼ିକ ତୁମ ପବିତ୍ରତାର ଦିବ୍ୟ ଦରବାରକୁ ପ୍ରବେଶ କରିବାରୁ ମୋତେ ଅବରୋଧ କରିଛି ଏବଂ ମୋର ଅବୈଧ ପ୍ରବେଶ ତୁମ ମହିମାର ଦିବ୍ୟ ପ ମପଠାରୁ ବହୁ ଦୂରରେ ରହିବାର ମୋର କାରଣ ହୋଇଛି । ଯାହା କରିବାକୁ ତୁମେ ମୋତେ ବାରଣ କରିଥିଲ, ମୁଁ ତାହା କରିଅଛି ଏବଂ ଯାହା ଅନୁଧ୍ୟାନ କରିବାକୁ ତୁମେ ମୋତେ ର୍ନିେଶ ଦେଇଥିଲ ତାହାକୁ ମୁଁ ଅମାନ୍ୟ କରିଛି ।
ତୁମର ସମୀପର୍ବୀ ହେବାକୁ ଯାହା ମୋତେ ସମର୍ଥ କରାଇବ ଏବଂ ମୋର ଅଲଙ୍ଘନୀୟ ପ୍ରବେଶରୁ ମୋତେ ପବିତ୍ର ରଖିବ, ତୁମର କ୍ଷମାଚାରଣ ତଥା ମୋ ମଧ୍ୟରେ ଯାହା ଆଗତ ହୋଇଛି, ତୁମର ସେହି କରୁଣାର ଦିବ୍ୟ ଲେଖନୀ ଦ୍ୱାରା ମୋ ପାଇଁ ଲିପିବଦ୍ଧ କରିବାକୁ, ସ୍ୱୟଂ ଯିଏ ହେଉଛନ୍ତି ଦିବ୍ୟ ନାମାବଳୀର ସାର୍ବଭୌମ ପ୍ରଭୁ ସ୍ୱୟଂ ତାଙ୍କର ଦ୍ୱାହି ଦେଇ ତୁମକୁ ମୁଁ ପ୍ରାର୍ଥନା କରୁଅଛି ।
ବାସ୍ତବିକ୍, ତୁମେ ହେଉଛ ପରମ ଶକ୍ତିମୟ, ପରମ ଅନୁଗ୍ରହର୍ପୂ । ସର୍ବଶକ୍ତିଶାଳୀ, ପରମ କାରୁଣିକ ସ୍ୱୟଂ ତୁମ ବ୍ୟତୀତ ଆଉ ଅନ୍ୟ କେହି ଈଶ୍ୱର ନାହାଁନ୍ତି ।
- Bahá'u'lláh