ହେ ପ୍ରଭୁ, ହେ ମୋର ପରମେଶ୍ୱର ! ତୁମର ଜୟ ହଉ । ଯେତେବେଳେ ତୁମର ନାମ ସ୍ମରଣ କରିବାକୁ ମୁଁ ପ୍ରୟାସ କରୁଛି, ତୁମ ବିପକ୍ଷରେ ହୋଇଥିବା ମୋର ପାପ ଓ ଜଘନ୍ୟ ଅନଧିକାର ପ୍ରବେଶ ଦ୍ୱାରା ମୁଁ ପଛରେ ପଡ଼ିରହିଛି । ତୁମର ଅନୁଗ୍ରହରୁ ସଂର୍ପୂ ବôତ ହେବାର ମୁଁ ୍ରଅନୁମାନ କରିଥାଏ ଏବଂ ତୁମର ପ୍ରଶଂସାଗାନ କରିବାକୁ ମୁଁ ସଂର୍ପୂ ଅକ୍ଷମ ବୋଧ କରିଥାଏ । ତୁମ ଅନୁଗ୍ରହରେ ମୋର ବିରାଟ ଆସ୍ଥା ରହିଛି । ଯାହାହେଉନା କାହିଁକି, ତୁମଠାରେ ମୋର ଆଶା ସଂଚରିତ ହୁଏ ଏବଂ ମୋର ଦୃଢ଼ ନି୧⁄୨ିୟତା ଯାହାକି ତୁମେ ମୋ ସହିତ ଦୟାର୍ପୂ ଭାବେ ପରିଚାଳିତ କରିବ ତାହା ହିଁ ତୁମକୁ ମହିମାନ୍ୱିତ କରିବାକୁ ତଥା ତୁମ ଅଧିକୃତ ପଦାର୍ଥ ସମୂହ ପାଇଁ ତୁମକୁ ପଚାରିବାକୁ ମୋତେ ଅସୀମ ସାହସ ଦେବ ।
ହେ ମୋର ପରମେଶ୍ୱର ! ସକଳ ସୃଷ୍ଟ ପଦାର୍ଥକୁ ତୁମର ଯେଉଁ କରୁଣା ଅତିକ୍ରାନ୍ତ କରିଅଛି, ତୁମର ସେହି କରୁଣାର ଦ୍ୱାହି ଦେଇ ମୁଁ ତୁମକୁ ସବିନୟ ଅନୁରୋଧ କରୁଅଛି ଏବଂ ତୁମର ନାମାବଳୀର ଅତଳ ମହାସାଗରରେ ଯେଉଁମାନେ ନିମଜ୍ଜିତ ହୋଇଛନ୍ତି, ସେମାନେ ମୋତେ ମୋ ନିଜ ଠାରେ ନ ଛାଡ଼ି ଦେବାକୁ ସାକ୍ଷୀ ପ୍ରଦାନ କରନ୍ତି । କାରଣ ମୋର ହୃଦୟ ପାପପ୍ରବଣ ଅଟେ । ତେଣୁ ତୁମର ସୁରକ୍ଷାର ବଳୟ ମଧ୍ୟରେ ତଥା ତୁମ ଯତ୍ନର ଆଶ୍ରୟ ମଧ୍ୟରେ ମୋତେ ରକ୍ଷାକର । ହେ ମୋର ପରମେଶ୍ୱର ! ମୁଁ ହେଉଛି ସେହି ବ୍ୟକ୍ତି ଯାହାର କେବଳ ମାତ୍ର ଅଭିଳାଷ ହେଉଛି ତୁମର ଶକ୍ତିମା କ୍ଷମତା ଦ୍ୱାରା ଯାହା ତୁମେ ନିର୍ଦ୍ଧାରିତ କରିଅଛ, ତୁମର ସଦୟ ନିଯୁକ୍ତି ତଥା ତୁମ ଇଚ୍ଛାର ପ୍ରଶାସନ ଦ୍ୱାରା ସହାୟକ ହେବାକୁ ଏବଂ ତୁମର ଆଜ୍ଞା ତଥା ବିଚାରର ପ୍ରତୀକ ଦ୍ୱାରା ସାହାଯ୍ୟପ୍ରାପ୍ତ ହେବାକୁ ସବୁକିଛି ମୋ ନିଜ ପାଇଁ ମୁଁ ପସନ୍ଦ କରିଅଛି ।
ହେ ପ୍ରଭୁ, ତୁମ ପାଇଁ ଦୀର୍ଘ ଆଶାୟୀ ହୋଇ ରହିଥିବା ହୃଦୟମାନଙ୍କର ତୁମେ ହେଉଛ ପରମ ପ୍ରିୟତମ ! ତୁମର ଆରାଧ୍ୟ ସ୍ଥଳ ତଥା ତୁମର ଦିବ୍ୟ ପ ମପ ରୂପକ ତୁମର ପବିତ୍ର ବାସସ୍ଥାନରୁ ବôତ ହେବାରେ ମୋତେ ଯାତନା ନ ଦେବା ପାଇଁ, ତୁମ ଧର୍ମର ଦିବ୍ୟ ପରିପ୍ରକାଶକଗଣ ତଥା ତୁମ ପ୍ରେରଣାର ଉଦୟସ୍ଥଳ ଏବଂ ତୁମ ମହିମାର ଦିବ୍ୟ ବ୍ୟାଖ୍ୟାକାର ତଥା ତୁମ ପ୍ରଜ୍ଞାର ଦିବ୍ୟକୋଷାଗାର- ମାନଙ୍କର ଦ୍ୱାହି ଦେଇ ମୁଁ ତୁମକୁ ବିନମ୍ର ପ୍ରାର୍ଥନା କରୁଅଛି । ହେ ମୋର ପ୍ରଭୁ ! ସ୍ୱୟଂ ତାଙ୍କର ପବିତ୍ର ଦରବାରକୁ ଲାଭ କରିବାକୁ, ତାଙ୍କର ଦିବ୍ୟ ଉପସ୍ଥିତିର ଚତୁଃପାଶ୍ୱର୍ରେ ପରିକ୍ରମଣ କରିବାକୁ ଏବଂ ତାଙ୍କର ଦ୍ୱାର ଦେଶରେ ବିନମ୍ର ଭାବେ ଦାୟମାନ ହେବାକୁ ମୋତେ ସାହାଯ୍ୟ କର ।
ତୁମେ ହେଉଛ ସ୍ୱୟଂ ସେହି, ଯାହାଙ୍କର କ୍ଷମତା ଅନନ୍ତକାଳରୁ ଅନନ୍ତକାଳ ପର୍ଯ୍ୟନ୍ତ ରହି ଆସିଅଛି । ତୁମର ପ୍ରଜ୍ଞାକୁ କେହି ହେଲେ ବାଚ୍ଛନ୍ଦ କରିପାରିବେ ନାହିଁ । ତୁମେ ହେଉଛ ବାସ୍ତବିକ, କ୍ଷମତାର ଭଗବାନ୍, ଗୌରବ ଓ ବିଜ୍ଞତାର ଭଗବାନ୍ ।
ବିଶ୍ୱ ବ୍ରହ୍ମାର ପ୍ରଭୁ, ସ୍ୱୟଂ ଭଗବାନ୍ଙ୍କର ମହିମାଗାନ ହେଉ !
- Bahá'u'lláh