ହେ ସ୍ୱୟଂ ତୁମେ କ୍ଷମାମୟ ପ୍ରଭୁ ! ସ୍ୱୟଂ ତୁମେ ହେଉଛ ତୁମର ଏହି ସକଳ ସେବକମାନଙ୍କର ଆଶ୍ରୟଦାତା । ତୁମେ ଗୁପ୍ତ ତଥ୍ୟକୁ ଜାଣିପାର ଏବଂ ସକଳ ବସ୍ତୁର ଜ୍ଞାତା ଅଟ । ଆମ୍ଭେ ସମସ୍ତେ ଅସହାୟ ଏବଂ ତୁମେ ହେଉଛ ସର୍ବଶକ୍ତିମାନ୍, ଅସୀମ କ୍ଷମତାସମ୍ପନ୍ନ । ଆମ୍ଭେମାନେ ସମସ୍ତେ ପାପୀ ଏବଂ ତୁମେ ହେଉଛ ପାପଗୁଡ଼ିକର ମାର୍ଜନାକାରୀ, କରୁଣାମୟ, ଅନୁଗ୍ରହଦାତା । ହେ ପ୍ରଭୁ ! ଆମ୍ଭମାନଙ୍କ ମନ୍ଦ ଆଚରଣଗୁଡ଼ିକୁ ଦେଖନାହିଁ । ତୁମର ଅନୁଗ୍ରହ ତଥା କରୁଣା ଅନୁଯାୟୀ ଆମ୍ଭମାନଙ୍କୁ ପରିଚାଳିତ କର । ଆମ୍ଭମାନଙ୍କ ମନ୍ଦ ପ୍ରବୃି ଅନେକ ପ୍ରକାର, ମାତ୍ର ତୁମର କ୍ଷମାର ମହାସାଗର ଅସୀମ, ଅତୁଳନୀୟ । ଆମ୍ଭମାନଙ୍କ ଦୁର୍ବଳତା ଅକଥନୀୟ, ମାତ୍ର ତୁମର ସାହାଯ୍ୟ ଓ ସହାୟତାର ପ୍ରମାଣ ପ୍ରାଞ୍ଜଳ । ତେଣୁ ଆମ୍ଭମାନଙ୍କୁ ସ୍ୱୀକୃତି ତଥା ଶକ୍ତିଶାଳୀ କର । ତୁମର ପବିତ୍ର ଦ୍ୱାରଦେଶରେ ଯାହା ଯୋଗ୍ୟ ବିବେଚିତ ହୁଏ, ତାହା କରିବାକୁ ଆମ୍ଭମାନଙ୍କୁ ସମର୍ଥ କରାଅ । ଆମ୍ଭମାନଙ୍କ ହୃଦୟକୁ ଆଲୋକିତ କର, ଆମ୍ଭମାନଙ୍କୁ ଦିବ୍ୟ ଦୃଷ୍ଟି ତଥା ଜାଗ୍ରତ ଶ୍ରୁତି ପ୍ରଦାନ କର । ମୃତକୁ ପୁନର୍ଜୀବିତ କର ଏବଂ ରୁଗ୍ଣକୁ ଆରୋଗ୍ୟ କରାଅ । ଦରିଦ୍ରକୁ ଭାର ତଥା ଭୟାତୁରକୁ ପ୍ରଶାନ୍ତି ଓ ନିରାପା ଯୋଗାଇଦିଅ । ତୁମ ଦିବ୍ୟ ସାମ୍ରାଜ୍ୟରେ ଆମ୍ଭମାନଙ୍କୁ ଗ୍ରହଣ କର ଏବଂ ପଥ ପ୍ରଦର୍ଶନ ଆଲୋକରେ ଆମ୍ଭମାନଙ୍କୁ ଦୀପ୍ତିମାନ କର । ତୁମେ ହେଉଛ କ୍ଷମତାବାନ୍ ଏବଂ ସର୍ବଶକ୍ତିଶାଳୀ । ତୁମେ ହେଉଛ ପରମ ଉଦାର । ତୁମେ ହେଉଛ ପରମ କ୍ଷମାମୟ । ତୁମେ ହେଉଛ ପରମ ଦୟାଳୁ ।
- `Abdu'l-Bahá