ବାହଈ ବିବାହ ହେଉଛି ଦୁଇ ପକ୍ଷ ମଧ୍ୟରେ ଏକତା ତଥା ପାରସ୍ପରିକ ସ୍ନେହରେ ଆବଦ୍ଧ ହେବା । ଯାହାହେଉ ସେମାନେ ଖୁବ୍ ଯତ୍ନବାନ୍ ହେବା ଉଚିତ୍ ଏବଂ ପରସ୍ପରର ଚିରତ୍ର ସମ୍ବନ୍ଧରେ ଅବଗତ ହେବା ଉଚିତ୍ । ଏହି ଶାଶ୍ୱତ ବନ୍ଧନଟିକୁ ଏକ ଦୃଢ଼ ଚୁକ୍ତି ଦ୍ୱାରା ସୁରକ୍ଷିତ ରଖିବା ଉଚିତ୍ ଏବଂ ଏହାର ଉଶ୍ୟେ ସଂହତି, ବନ୍ଧୁତ୍ୱ ଏବଂ ଏକତା ଅଭିବୃଦ୍ଧିର କାରଣ ହେବା ବାନୀୟ, ତଥା ଚିରସ୍ଥାୟୀ ଜୀବନ ଲାଭ କରିବା ହେଉଛି ଏହାର ମୁଖ୍ୟ ଭୂମିକା ।
- ଆବ୍ଦୋଲ୍-ବାହ
ଆଧ୍ୟାତ୍ମିକ ସଭାଙ୍କ ନିଷ୍ପି କ୍ରମେ ଅନୁ୍ୟନ ଦୁଇ ଜଣ ସାକ୍ଷୀଙ୍କ ଉପସ୍ଥିତିରେ ବର ଏବଂ କନ୍ୟା ପ୍ରତ୍ୟେକ ବ୍ୟକ୍ତିଗତ ଭାବେ ବିବାହ ପ୍ରତିଶ୍ରୁତି ମବଟିକୁ ଉଚ୍ଚାରଣ କରିବେ, ଯାହା ପରମ ପବିତ୍ର ଗ୍ରନ୍ଥ, କିତାବ୍-ଏ-ଆକ୍ଦାସ୍ରେ ଉଲ୍ଲେଖ ଅଛି, ତାହା :
ସତ୍ୟତଃ, ଆମ୍ଭେମାନେ ସମସ୍ତେ ଈଶ୍ୱରଙ୍କ ଇଚ୍ଛାରେ ଆବଦ୍ଧ ରହିବୁ ।
ସ୍ୱୟଂ ସେ ହେଉଛନ୍ତି ପରମଦାତା, ପରମ ବଦାନ୍ୟ !
ପରମ ପ୍ରାଚୀନ, ସଦାଚିରନ୍ତନ, ଅପରିର୍ବନୀୟ ଓ ସନାତନ ସ୍ୱୟଂ ପରମେଶ୍ୱରଙ୍କର ଜୟ ହେଉ ! ସ୍ୱୟଂ ସେ ଐକାନ୍ତିକ ଏବଂ ଶୀର୍ଷପଦାଧିଷ୍ଠିତ । ସ୍ୱୟଂ ତାଙ୍କ ଏକତ୍ୱକୁ ହୃଦୟଙ୍ଗମ କରି, ତାଙ୍କ ଐକାନ୍ତିକତାକୁ ସ୍ୱୀକାର କରି, ଆମେ ସାକ୍ଷ୍ୟ ପ୍ରଦାନ କରୁଛୁ କି, ବାସ୍ତବିକ, ତାଙ୍କ ବ୍ୟତୀତ ଅନ୍ୟକେହି ଈଶ୍ୱର ନାହାଁନ୍ତି । ତାଙ୍କ ମହାନତାର ଶିଖରରେ ତାଙ୍କ ନିଜ ବ୍ୟତୀତ ଅନ୍ୟ ସମସ୍ତଙ୍କଠାରୁ ର୍ବନାତୀତ ହୋଇ ଏକ ଅନଧିଗମ୍ୟ ଶୀର୍ଷତାରେ ସେ ସର୍ବଦା ଅଧିଷ୍ଠାନ କରନ୍ତି ।
ଯେତେବେଳେ ସେ ପୃଥିବୀକୁ ସୁଶୃଙ୍ଖଳିତ କରିବା ପାଇଁ ଓ ମନୁଷ୍ୟମାନଙ୍କର ହିତ ସାଧନ ପାଇଁ ଦୟା ପ୍ରକାଶ କରିବାକୁ ଇଚ୍ଛା କଲେ ଏବଂ ଯେତେବେଳେ ସାମାଜିକ ପ୍ରଥା, ନିୟମ ପ୍ରଭୃତି ସୃଷ୍ଟି କଲେ, ସେତେବେଳେ ସେ ବିବାହ ନିୟମ ପ୍ରଣୟନ କରି ଏହାକୁ ସୁଖ ଓ ମୋକ୍ଷ ଦୁର୍ଗରେ ପରିଣତ କଲେ । ଚାରିତ୍ରିକ ଶୁଦ୍ଧତାର ସ୍ୱର୍ଗରୁ ପ୍ରେରିତ ତାଙ୍କ ପରମ ପବିତ୍ର ଗ୍ରନ୍ଥରେ ଏହା ପାଳନ କରିବା ପାଇଁ ଆମକୁ ଉପଦେଶ ଦେଲେ । ସେ କହିଛନ୍ତି ମହାନ୍ ଈଶ୍ୱରଙ୍କର ଗୌରବ: ହେ ଲୋକମାନେ, ବିବାହ ବନ୍ଧନରେ ଆବଦ୍ଧ ହୁଅ, ତୁମଠାରୁ ଯିଏ ସମ୍ଭୁତ ହେବ ସେ ମୋର ସେବକମାନଙ୍କ ମଧ୍ୟରେ ମୋତେ ସ୍ମରଣ କରିବ; ଏହା ତୁମ୍ଭ ପ୍ରତି ମୋ ଆଦେଶମାନଙ୍କ ମଧ୍ୟରେ ଅନ୍ୟତମ, ତୁମ୍ଭେମାନେ ନିଜେ ନିଜେ ଏହାକୁ ତୁମ୍ଭ ପ୍ରତି ଏକ ସହାୟକ ଭାବେ ପାଳନ କର ।
- Bahá'u'lláh