ହେ ମୋର ଈଶ୍ୱର ! ତୁମର ଜୟ ହେଉ ! ବାସ୍ତବରେ ତୁମର ଏହି ସେବକ ଏବଂ ସେବିକା ତୁମ କରୁଣାର ଛାୟାତଳେ ଏକତ୍ରିତ ହୋଇଛନ୍ତି ଏବଂ ତୁମର ଅନୁଗ୍ରହ ଓ ବଦାନ୍ୟତା ମାଧ୍ୟମରେ ମିଳିତ ହୋଇଛନ୍ତି । ହେ ପ୍ରଭୁ ! ତୁମ ପୃଥିବୀରେ ଓ ତୁମ ସ୍ୱର୍ଗ ରାଜ୍ୟରେ ସେମାନଙ୍କର ସହାୟ ହୁଅ ଏବଂ ତୁମର ବଦାନ୍ୟତା ଓ କରୁଣା ଦ୍ୱାରା ସମସ୍ତ ମଙ୍ଗଳ ସେମାନଙ୍କ ପାଇଁ ବିଧାନ କର । ହେ ପ୍ରଭୁ ! ସେମାନଙ୍କୁ ତୁମ ପ୍ରତି ବିଶ୍ୱସ୍ଥ ହେବାରେ ଦୃଢ଼ କର ଓ ତୁମ ସେବା କାର୍ଯ୍ୟରେ ସେମାନଙ୍କୁ ସାହାଯ୍ୟ କର । ତୁମ ପୃଥିବୀରେ ତୁମ ନାମରେ ପ୍ରତୀକ ହେବା ପାଇଁ ସେମାନଙ୍କୁ ଯୋଗ୍ୟ କରାଅ ଏବଂ ଇହଲୋକ ତଥା ଆଗାମୀ ଲୋକରେ ତୁମର ଯେଉଁ ଅସରନ୍ତି ଅବଦାନ ରହିଛି, ତାହାଦ୍ୱାରା ସେମାନଙ୍କୁ ରକ୍ଷା କର । ହେ ପ୍ରଭୁ ! ସେମାନେ ତୁମ କରୁଣାର ସାମ୍ରାଜ୍ୟ ଅଭିମୁଖେ ଅନୁନୟ କରୁଛନ୍ତି ଓ ତୁମ ଏକତ୍ୱର ସାମ୍ରାଜ୍ୟ ପ୍ରତି ପ୍ରାର୍ଥନା କରୁଛନ୍ତି । ସତ୍ୟତଃ, ସେମାନେ ତୁମର ଆଦେଶ ପାଳନ କରି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଅନ୍ତିମ ସମୟ ପର୍ଯ୍ୟନ୍ତ ସେମାନଙ୍କୁ ସମନ୍ୱୟ ଓ ଏକତାର ପ୍ରତୀକ ହେବାରେ ତୁମେ ସହାୟ ହୁଅ । ବାସ୍ତବିକ୍, ତୁମେ ହେଉଛ ସର୍ବଶକ୍ତିମାନ୍, ସର୍ବବ୍ୟାପୀ ଓ ମହାଶକ୍ତିଶାଳୀ ।
- `Abdu'l-Bahá