ସ୍ୱୟଂ ସେ ହେଉଛନ୍ତି ଭଗବାନ୍ !
ହେ ଅନୁପମ ପ୍ରଭୁ ! ତୁମର ସର୍ବଶକ୍ତିସମ୍ପନ୍ନ ବିଜ୍ଞତା ମାଧ୍ୟମରେ ଲୋକମାନଙ୍କୁ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ତୁମେ ରାୟ ଦେଇଛ, ଯାହାଫଳରେ ଏହି ଅନି୧⁄୨ିତ ପୃଥିବୀରେ ମନୁଷ୍ୟର ବଂଶ- ପରମ୍ପରା ଗୋଟିଏ ପରେ ଗୋଟିଏ ପ୍ରତିଷ୍ଠିତ ହୋଇପାରିବ ଏବଂ ପୃଥିବୀ ତିଷ୍ଠି ରହିଥିବା ପର୍ଯ୍ୟନ୍ତ ତୁମ ଏକତ୍ୱର ଦ୍ୱାରଦେଶରେ ସେମାନେ ସେବା, ଉପାସନା, ସ୧ାନ, ଆରାଧନା ଓ ପ୍ରଶଂସାରେ ନିଜ ନିଜକୁ ବ୍ୟସ୍ତ ରଖିବେ । ଆତ୍ମା ତଥା ମନୁଷ୍ୟକୁ ମାତ୍ର ଏଇଥିପାଇଁ ମୁଁ ସୃଷ୍ଟି କରିନାହିଁ ଯେ, ସେମାନେ କେବଳ ମୋର ଉପାସନା କରିବେ । ତେଣୁ ତୁମ ପ୍ରେମନୀଡ଼ସ୍ଥ ଏହି ଦୁଇଟି ପକ୍ଷୀଙ୍କୁ ତୁମ କରୁଣାର ସ୍ୱର୍ଗରେ ବିବାହ କରାଅ ଏବଂ ସେମାନଙ୍କୁ ଚିରନ୍ତନ ଅନୁଗ୍ରହ ଆକର୍ଷଣ କରିବା ପାଇଁ ପାଥେୟ କରାଅ, ଯାହାଫଳରେ ପ୍ରେମର ଏହି ଦୁଇ ସାଗରର ମିଳନ ମଧ୍ୟରୁ କୋମଳତାର ଏକ ଢେଉ ସମ୍ଭୂତ ହେଉ ଏବଂ ଜୀବନର ବେଳାଭୂମିରେ ଉମ ଓ ମହତ୍ ସନ୍ତାନ ରୂପକ ମୁକ୍ତା ନିକ୍ଷେପ କରୁ । ସ୍ୱୟଂ ସେ ଦୁଇଟି ସାଗରକୁ ଉନ୍ମୁକ୍ତ ରଖିଛନ୍ତି, ଯ୍ୱାରା ସେମାନେ ପରସ୍ପରକୁ ସାକ୍ଷାତ କରିପାରିବେ : ସେମାନଙ୍କ ମଧ୍ୟରେ ଏକ ପ୍ରତିବନ୍ଧକ ଅଛି, ଯାହାକୁ କି ସେମାନେ ଅତିକ୍ରମ କରିନାହାନ୍ତି । ତାହାହେଲେ ପ୍ରଭୁଙ୍କର କେଉଁ ବଦାନ୍ୟତାକୁ ତୁମେ ଅସ୍ୱୀକାର କରିବ? ପ୍ରତ୍ୟେକଙ୍କ ମଧ୍ୟରୁ ସେ ବୃହର ତଥା କ୍ଷୁଦ୍ରତର ମୁକ୍ତା ଆନୟନ କରନ୍ତି ।
ହେ ସ୍ୱୟଂ ତୁମେ ଦୟାମୟ ପ୍ରଭୁ ! ଏହି ବିବାହଟିକୁ ଏଭଳି ଅନୁଷ୍ଠିତ କରାଅ, ଯେପରି ପ୍ରବାଳ ଓ ମୁକ୍ତାର ଆନୟନ ହେବ । ବାସ୍ତବରେ ତୁମେ ହେଉଛ ସର୍ବଶକ୍ତିମାନ୍, ସର୍ବମହାନ୍, ଚିର- କ୍ଷମାଶୀଳ ।
- `Abdu'l-Bahá