Return   Facebook   Zip File

Arabic

1

ହେ ଅସ୍ତିତ୍ୱର ପୁତ୍ର !

ମୋର ପ୍ରେମ ହିଁ ତୁମର ଅମରାବତୀ, ମୋ ସହିତ ପୁନର୍ମିଳନ ହିଁ ତୁମର ସ୍ୱର୍ଗୀୟ ଆବାସ । କାଳବିଳମ୍ବ ନ କରି ତନ୍ମଧ୍ୟରେ ପ୍ରବେଶ କର । ଏହା ହିଁ ଆମ୍ଭ ଊଦ୍ଧ୍ୱର୍ ସାମ୍ରାଜ୍ୟରେ ଓ ଆମ୍ଭ ମର୍ଯ୍ୟାଦାର୍ପୂ ଅଧିରାଜ୍ୟରେ ତୁମ ପାଇଁ ନିର୍ଦ୍ଧାରିତ ହୋଇଅଛି ।

2

ହେ ଆତ୍ମାର ପୁତ୍ର !

ଯାହା ତୁମ୍ଭ ପାଇଁ ଆମ୍ଭେ ଇଚ୍ଛା ନ କରୁ, ତାହା ମୋତେ ମାଗ ନାହିଁ । ତେଣୁ ତୁମ କଲ୍ୟାଣ ନିମି ଆମ୍ଭେ ଯାହା ନିର୍ଦ୍ଧାରିତ କରିଛୁ, ସେଥିରେ ସନ୍ତୁଷ୍ଟ ରୁହ । କାରଣ ଯଦି ତୁମ ନିଜକୁ ସେଥିରେ ସନ୍ତୁଷ୍ଟ କରାଅ, ଏହା ତୁମକୁ ଲାଭାନ୍ୱିତ କରାଇବ ।

3

ହେ ମାନବ ପୁତ୍ର !

ଯେ ପର୍ଯ୍ୟନ୍ତ ତୁମେ ନିଜେ ପାପାଚାରୀ, ଅନ୍ୟମାନଙ୍କ ପାପକୁ ନିଃଶ୍ୱାସ-ପ୍ରଶ୍ୱାସରେ ଗ୍ରହଣ କରନାହିଁ । ଯଦି ତୁମେ ଏହି ଆଦେଶକକୁ ଲଘଂନ କର, ତେବେ ତୁମେ ଅଭିଶପ୍ତ ହେବ ଏବଂ ମୁଁ ଏଥିପ୍ରତି ସାକ୍ଷ୍ୟ ପ୍ରଦାନ କରିବି ।

4

ହେ ମାନବ ପୁତ୍ର !

ଯଦି ମୋର ସେବକ ତୁମଠାରୁ କିଛି ଚାହେଁ, ମନା କରନା, କାରଣ ତାହାର ମୁଖ ହିଁ ମୋର ମୁଖ ଅଟେ, ତେଣୁ ମୋର ସ୧ୁଖରେ ଲଜ୍ଜିତ ହୁଅ ।

5

ହେ ଅସ୍ତିତ୍ୱର ପୁତ୍ର !

ଏକ ଗଣନା ମଧ୍ୟକୁ ତୁମକୁ ଡକାଯିବା ପୂର୍ବରୁ ପ୍ରତିଦିନ ତୁମେ ନିଜକୁ ହିସାବକୁ ଆଣ; କାରଣ ମୃତୁ୍ୟ ହିଁ ଅଘୋଷିତ, ତୁମ ପାଇଁ ତାହା ଆସିଯିବ ଓ ତୁମ କାର୍ଯ୍ୟ-କଳାପ ଲାଗି ହିସାବ ଦେବାକୁ ତୁମକୁ ଆହ୍ୱାନ କରାଯିବ ।

6

ହେ ସର୍ବମହାନ୍ଙ୍କ ସନ୍ତାନ !

ମୃତୁ୍ୟକୁ ମୁଁ ତୁମ ପ୍ରତି ଏକ ଆନନ୍ଦର ର୍ବାାବାହ ରୂପେ ରଖିଛିା କେଉଁ କାରଣରୁ ତୁମେ ବିଷାଦିତ ହେଉଛ ? ତୁମ ଉପରେ ପ୍ରଭାପାତ କରିବାଲାଗି ମୁଁ ଆଲୋକକୁ ସୃଷ୍ଟି କଲି । କାହିଁକି ତୁମେ ସେଥିରୁ ନିଜକୁ ଆବୃ କରି ରଖୁଛ ।

7

ହେ ଆତ୍ମାର ସନ୍ତାନ !

ଆଲୋକର ଆନନ୍ଦ-ଦାୟକ ର୍ବାାଦ୍ୱରା ମୁଁ ତୁମକୁ ଅଭିବାଦନ କରୁଛି, ଆହ୍ଲାଦିତ ହୁଅ ! ପବିତ୍ରତାର ଦରବାର ଆଡ଼କୁ ମୁଁ ତୁମକୁ ଆହ୍ୱାନ କରୁଛି, ତନ୍ମଧ୍ୟରେ ଅବସ୍ଥାନ କର, ଯେପରି କି ତୁମେ ଚିରକାଳ ପାଇଁ ଶାନ୍ତିରେ ବାସ କରିପାରିବ ।

8

ହେ ମାନବ ସନ୍ତାନ !

ଯଦି ତୁମେ ମୋର ସୌନ୍ଦର୍ଯ୍ୟକୁ ଭଲ ପାଅ, ତେବେ ମୋର ଆଜ୍ଞା ପ୍ରତି ଅବହେଳା କରନାହିଁ ଏବଂ ଯଦି ମୋର ଶୁଭାଶିଷ ପ୍ରାପ୍ତ ହେବ, ତେବେ ମୋର ଉପଦେଶ ଭୁଲ ନାହିଁ ।

9

ହେ ମାନବ ପୁତ୍ର !

ତୁମ ପ୍ରତି ସମୃଦ୍ଧି ଆସିଲେ ଆନନ୍ଦିତ ହୁଅନାହିଁ ଏବଂ ଯଦି ତୁମ ଉପରେ ଅଧୋପତନ ଆଗତ ହୁଏ, ଦୁଃଖିତ ହୁଅ ନାହିଁ, କାରଣ ଉଭୟ ଅତିକ୍ରମ କରିଯିବେ ଓ ଅଧିକ କାଳ ରହିବେ ନାହିଁ ।

10

ହେ ଅସ୍ତିତ୍ୱର ସନ୍ତାନ !

ଯଦି ଦାରିଦ୍ର୍ୟ ତୁମକୁ କବଳିତ କରେ, ଦୁଃଖିତ ହୁଅ ନା, କାରଣ ଯଥା ସମୟରେ ସଂପଦର ପ୍ରଭୁ ତୁମକୁ ପରିଦର୍ଶନ କରିବେ । ଅଧୋପତନକୁ ଭୟ କରନା କାରଣ ଗୌରବ ଦିନେ ତୁମ ଉପରେ ବିଶ୍ରାମ ନେବ ।

11

ହେ ଅସ୍ତିତ୍ୱର ସନ୍ତାନ !

ଏହି ପୃଥିବୀ ସହିତ ତୁମେ ନିଜକୁ ବ୍ୟାପୃତ ରଖନାହିଁ, କାରଣ ଆମ୍ଭେ ଅଗ୍ନିଦ୍ୱାରା ସ୍ୱର୍କୁ ପରୀକ୍ଷା କରୁ ଓ ସ୍ୱର୍ ଦ୍ୱାରା ଆମ୍ଭର ସେବକମାନଙ୍କୁ ପରୀକ୍ଷା କରୁ ।

12

ହେ ଅସ୍ତିତ୍ୱର ସନ୍ତାନ !

ତୁମର ହୃଦୟ ମୋର ଆଳୟ ଅଟେ । ମୋର ଅବତରଣ ନିମି ଏହାକୁ ଶୁଦ୍ଧପୂତଃ କର । ତୁମର ଆତ୍ମା ମୋର ପ୍ରକାଶସ୍ଥଳ ଅଟେ । ମୋର ଆବିର୍ଭାବ ପାଇଁ ଏହାକୁ ପବିତ୍ର କର ।

13

ହେବ ବନ୍ଧୁ !

ତୁମ ହୃଦୟ-ବଗିଚାରେ ପ୍ରେମର ଗୋଲାପ ବ୍ୟତୀତ ଅନ୍ୟ କିଛି ରୋପଣ କର ନାହିଁ ଓ ସ୍ନେହ ତଥା ସଦିଚ୍ଛାର ବୁଲ୍ବୁଲ୍ ଠାରୁ ତୁମ ମୁଷ୍ଟିକୁ ଶିଥିଳ କରନାହିଁ । ସଦାଚାରୀମାନଙ୍କ ସାହଚର୍ଯ୍ୟକୁ ମୂଲ୍ୟବାନ୍ ମନେ କର ଏବଂ ଅଧାର୍ମିକମାନଙ୍କ ସହିତ ସର୍ବବିଧ ବନ୍ଧୁତ୍ୱ ପରିହାର କର ।

14

ହେ ଧୂଳିର ସନ୍ତାନ !

ତୁମ ଚକ୍ଷୁକୁ ଦୃଷ୍ଟିଶୂନ୍ୟ କରିଦିଅ ଯ୍ୱାରା ତୁମେ ମୋ ସୌନ୍ଦର୍ଯ୍ୟକୁ ନିରୀକ୍ଷଣ କରିପାରିବ । ତୁମ ର୍କକୁ ମୁଦ୍ରିତ କରିଦିଅ, ଯ୍ୱାରା ମୋ ଦିବ୍ୟ ସ୍ୱରର ମଧୁର ସଙ୍ଗୀତକୁ ମନଯୋଗ ସହକାରେ ଶ୍ରବଣ କରିପାରିବ । ସମସ୍ତ ପାିତ୍ୟରୁ ନିଜକୁ ଶୂନ୍ୟ କରିଦିଅ, ଯେପରି ଆମ୍ଭ ଦିବ୍ୟ ଜ୍ଞାନରେ ଅଂଶଗ୍ରହଣ କରିପାରିବ ଏବଂ ଧନସଂପଦରୁ ନିଜକୁ ପବିତ୍ର କରିଦିଅ, ଯାହାଫଳରେ ଆମ୍ଭ ଶାଶ୍ୱତ ସମ୍ପଦର ମହାସାଗରରୁ ଏକ ସ୍ଥାୟୀ ଅଂଶ ଲାଭ କରିପାରିବ । ତୁମ ଚକ୍ଷୁକୁ ଦୃଷ୍ଟିଶୂନ୍ୟ କର ଅର୍ଥାତ୍ ମୋ ସୌନ୍ଦର୍ଯ୍ୟ ବ୍ୟତୀତ ଅନ୍ୟ ସବୁଥିରୁ; ମୋ ବାଣୀ ବ୍ୟତୀତ ଅନ୍ୟ ସବୁଥିରୁ ତୁମ ର୍କକୁ ମୁଦ୍ରିତ କର; ମୋ ଦିବ୍ୟ ଜ୍ଞାନ ବ୍ୟତୀତ ଅନ୍ୟ ସମସ୍ତ ପାିତ୍ୟରୁ ତୁମ୍ଭ ନିଜକୁ ଶୂନ୍ୟ କରିଦିଅ । ଏହା ଫଳରେ ତୁମେ ଏକ ନିର୍ମଳ ଦୃଷ୍ଟି, ଏକ ପବିତ୍ର ହୃଦୟ ତଥା ଏକ ଅଭିନିବିଷ୍ଟ ର୍କ ସହାୟତାରେ ଆମ୍ଭ ପବିତ୍ର ଦରବାର ମଧ୍ୟରେ ପ୍ରବେଶ କରିପାରିବ ।

15

ହେ ଗତିଶୀଳ ଅନୁରୂପ ଧୂଳି !

ଆମ୍ଭେ ତୁମ ସହ ମିଳନ କାମନା କରୁ, ଅଥଚ ତୁମେ ଆମ୍ଭ ଉପରେ ଆସ୍ଥା ସ୍ଥାପନ କରୁନାହଁ । ତୁମ ବିଦ୍ରୋହର ଖଡ଼ଗ୍ ତୁମ ଆଶାବୃକ୍ଷକୁ ଭୂଲୁଣ୍ଠିତ କରିଛି । ଆମ୍ଭେ ସର୍ବଦା ତୁମ ନିକଟରେ ରହୁଥିବା ସ୍ଥଳେ ତୁମେ ଆମ୍ଭଠାରୁ ଦୂରେଇ ରହୁଛ । ତୁମ୍ଭଲାଗି ଆମ୍ଭେ ଅକ୍ଷୟ ଗୌରବକୁ ମନୋନୀତ କରିଛୁ, ତଥାପି ତୁମେ ନିଜ ଲାଗି ଅସୀମ ଲଜ୍ଜ୍ୟାକୁ ମନୋନୀତ କରୁଛ । ଏହା ସ୍େୱ ଯେତେବେଳେ ସମୟ ଅଛି, ତୁମେ ଫେରିଆସ ଏବଂ ତୁମର ସୁଯୋଗକୁ ହରାଅ ନାହିଁ ।

16

ହେ ପାର୍ଥିବ ସନ୍ତାନ !

ତୁମେ ଯଦି ଆମ୍ଭମାନଙ୍କୁ ପାଇବାକୁ ଆଶା କରୁଥାଅ, ଆମ୍ଭ ବ୍ୟତୀତ ଅନ୍ୟ କାହାକୁ ସନ୍ଧାନ କର ନାହିଁ ଏବଂ ଯଦି ତୁମେ ଆମ୍ଭ ସୌନ୍ଦର୍ଯ୍ୟକୁ ନିରୀକ୍ଷଣ କରୁଥାଅ, ଏହି ସଂସାର ଓ ତନ୍ମଧ୍ୟସ୍ଥ ଯାବତୀୟ ପଦାର୍ଥ ପ୍ରତି ତୁମ ଚକ୍ଷୁ ମୁଦ୍ରିତ କର, କାରଣ ଆମ୍ଭ ଅଭିଳାଷ ଓ ଆମ୍ଭ ବ୍ୟତୀତ ଅନ୍ୟର ଅଭିଳାଷ, ଯେପରି ଅଗ୍ନି ଓ ଜଳ ଗୋଟିଏ ହୃଦୟରେ ବାସ କରିପାରିବେ ନାହିଁ ।

17

ହେ ବନ୍ଧୁଭାବାପନ୍ନ ଆଗନ୍ତୁକ !

ଆମ୍ଭ ସାମର୍ଥ୍ୟର ହସ୍ତଦ୍ୱାରା ତୁମ ହୃଦୟର ଦୀପିକା ଆଲୋକିତ ହୋଇଛି, ଏହାକୁ ଅହମିକା ତଥା ମାନସିକ ଉଜେନା ପ୍ରତିକୂଳ ବାୟୁଦ୍ୱାରା ନିର୍ବାପିତ କର ନାହିଁ । ତୁମର ଯାବତୀୟ ବ୍ୟାଧିର ଉପଶମ ହେଉଛି ଆମ୍ଭର ସ୍ମରଣ, ଏହା ଭୁଲି ଯାଅ ନାହିଁ । ଆମ୍ଭ ପ୍ରେମକୁ ତୁମ ଐଶ୍ୱର୍ଯ୍ୟରେ ପରିଣତ କର ଓ ତୁମ ଚକ୍ଷୁ ତଥା ଜୀବନ ପରି ଏହାର ଯତ୍ନ ନିଅ ।

ହେ ତୁମେ ପୃଥିବୀର ଧନୀ ବ୍ୟକ୍ତିଗଣ ! ତୁମ୍ଭମାନଙ୍କ ମଧ୍ୟରେ ଥିବା ଦରିଦ୍ର ବ୍ୟକ୍ତିଗଣ ହେଉଛନ୍ତ ିଆମ୍ଭର ଆସ୍ଥା, ତୁମ୍ଭେମାନେ ଆମ୍ଭର ଆସ୍ଥାକୁ ସତର୍କ ହୋଇ ରକ୍ଷାକର ଏବଂ କେବଳ ନିଜ ସୁଖ ସ୍ୱାଚ୍ଛନ୍ଦ୍ୟରେ ବ୍ୟସ୍ତ ହୋଇ ରୁହ ନାହିଁ ।

18

ହେ ବାସନାର ସନ୍ତାନ !

ଧନ ସମ୍ପଦର ଆବିଳତାରୁ ନିଜକୁ ନିର୍ମଳ ରଖ ଓ ପରିର୍ପୂ ପ୍ରଶାନ୍ତି ସହ ଦାରିଦ୍ର୍ୟ ରାଜ୍ୟ ପ୍ରତି ଆଗୁସର ହୁଅ, ଫଳତଃ ଅନାସକ୍ତିର ଉ-କୂପ ମଧ୍ୟରୁ ତୁମେ ଶାଶ୍ୱତ ଜୀବନ ସୋମରସକୁ ଆକଣ୍ଠ ପାନ କରିପାରିବ ।

19

ହେ ଆମ୍ଭ ପରିଚାରିକାର ପୁତ୍ର !

ପରମ କୃପାମୟଙ୍କ ଜିହ୍ୱାରୁ ସ୍ୱର୍ଗୀୟ ରହସ୍ୟର ପ୍ରବହମାନ ବାରିଧାରାକୁ ଆକଣ୍ଠ ପାନ କର ଏବଂ ଦିବ୍ୟ ବଚନର ଅରୁଣୋଦୟଙ୍କଠାରୁ ପ୍ରତିଭାତ ହୋଇଥିବା ପ୍ରଜ୍ଞା-ଦିବାକରଙ୍କର ନିରାବରଣ ପ୍ରଭାକୁ ଅବଲୋକନ କର । ଆମ୍ଭ ଦିବ୍ୟ ପ୍ରଜ୍ଞାବୀଜକୁ ତୁମ ହୃଦୟ ରୂପକ ପବିତ୍ର କେଦାରରେ ବପନ କର ଏବଂ ନି୧⁄୨ୟତାର ନୀର ଦ୍ୱାରା ତାହାକୁ ସେଚିତ କର, ଏହା ଫଳରେ ଜ୍ଞାନ ତଥା ପ୍ରଜ୍ଞାର ସୁବାସିତ ଗୁଳ୍ମ ହୃଦୟର ପୁଣ୍ୟ ନଗରୀ ମଧ୍ୟରେ ସତେଜତା ଓ ସବୁଜିମା ଭରା ହୋଇ ଅଙ୍କୁରିତ ହେବ ।

Persian

Bahá'u'lláh

Windows / Mac