Return   Facebook

The Universal House of Justice

Ridván 2024

To the Bahá’ís of the World

Dearly loved Friends,

ପରମ ପ୍ରିୟ ବନ୍ଧୁଗଣ, ନଅ-ବର୍ଷିୟ କଠିନ ପ୍ରୟାସ ମଧ୍ୟରୁ ଦୁଇଟି ଦୁର୍ଜେୟ ବର୍ଷ ଶୀଘ୍ରତାର ସହ ଅତିକ୍ରମ କରି ଗଲାଣି । ଈଶ୍ୱରଙ୍କ ବନ୍ଧୁମାନେ ଏହାର ଲକ୍ଷାବଳିକୁ ଦୃଢତାର ସହ ହୃଦୟକୁ ନେଇ ଯାଇଛନ୍ତି । ସମଗ୍ର ବାହ’ଈ ବିଶ୍ୱ ମଧ୍ୟରେ ସମୁଦାୟ ନିର୍ମାଣ ପ୍ରକ୍ରିୟାକୁ ଆହୁରି ପରିବ୍ୟାପ୍ତ କରିବା ପାଇଁ ଓ ଗଭୀର ସାମାଜିକ ରୂପାନ୍ତକରଣ ଲାଗୁ କରିବା ଉପରେ ବୋଧଗମ୍ୟତାର ପରିବର୍ଦ୍ଧିତ ଗଭୀରତା ଦେଖାଯାଉଛି । କିନ୍ତୁ ପ୍ରତ୍ୟେକ ଦିବସ ଅତିକ୍ରାନ୍ତ ହେବା ସହିତ ଆମେ ଏହା ମଧ୍ୟ ଦେଖିପାରୁଛୁ ଯେ କିପରି ପୃଥିବୀର ପରିସ୍ଥିତି ଅଧିକ ହତାଶଜନକ ହେବା ସହ ବିଭାଜନକାରୀ ଶକ୍ତି ମାନ ଅଧିକ ଭୀଷଣ ହୋଇ ଉଠିଛନ୍ତି । ସମାଜ ଓ ରାଷ୍ଟ୍ର ମାନଙ୍କ ମଧ୍ୟରେ ଦ୍ରୁତ ଗତିରେ ବଢି ·ଲିଥିବା ଟଣାଓଟରା ଲୋକ ଓ ସ୍ଥାନ ମାନଙ୍କୁ ଅସଂଖ୍ୟ ମାର୍ଗରେ ପ୍ରଭାବିତ କରି ·ଲିଛି ।

ଏହା ପ୍ରତ୍ୟେକ ବିବେକଶୀଳ ଆତ୍ମା ଠାରୁ ଏକ ପ୍ରୁ୍ୟର ଦାବୀ କରୁଛି । ଆମେ ସମସ୍ତେ ଏହା ଉପରେ ଯଥେଷ୍ଟ ସଚେତନ ରହିଛୁ ଯେ ସମାଜର ଏପରି ସଙ୍କଟମୟ ଘଡିରେ ମହାନତମ ନାମଙ୍କ ସମୁଦାୟ ଯଦିଓ ଏଥିରୁ ଅକ୍ଷୁର୍ଣ୍ଣ ହୋଇ ରହିବା ପାଇଁ ଆଶା କରି ପାରିବ ନାହିଁ, ତଥାପି ପୃଥିବୀର ଏହିସବୁ ଯବଣାପୂର୍ଣ୍ଣ ଯାତ୍ରା ଦ୍ୱାରା ଯଦିଓ ଏହା ପ୍ରଭାବିତ ହୋଇଛି, କିନ୍ତୁ ଏଗୁଡିକ ଦ୍ୱାରା ସେ ବିବ୍ରତ ହୋଇ ପଡିନାହିଁ; ମାନବଜାତିର ପ୍ରପୀଡନରେ ଏହା ମର୍ମାହତ ହୋଇଛି ଯଦିଓ କିନ୍ତୁ ସେସବୁ ଦ୍ୱାରା ପଙ୍ଗୁ ହୋଇ ଯାଇନାହିଁ । କିନ୍ତୁ ଏହିପରି ହୃଦୟୀସ୍ପର୍ଶୀ ଚିନ୍ତା ଗୁଡିକ ଅବିରାମ ପ୍ରଚେଷ୍ଟାର ଉଦ୍ଦୀପକ ବନୁ, ଯାହା ଫଳରେ ଏପରି ସମୁଦାୟ ଗୁଡିକର ନିର୍ମାଣ କରିହେବ, ଯେଉଁଗୁଡିକ ନୈରାଶ୍ୟ ଜାଗାରେ ଆଶା ଓ କଳହ ସ୍ଥାନରେ ଏକତା ପ୍ରଦାନ କରିବେ ।

ଶୋଘି ଏଫେଣ୍ଡି ସ୍ପଷ୍ଟ ଭାବରେ ବର୍ଣ୍ଣନା କରିଛନ୍ତି ଯେ କିପରି “ମାନବୀୟ ବ୍ୟାପାର ମାନଙ୍କରେ କ୍ରମବର୍ଦ୍ଧିତ ଅବନତି”ର ପ୍ରକ୍ରିୟା, ଆଉ ଏକ ଏକୀକରଣର ପ୍ରକ୍ରିୟା ସହିତ ସମାନ୍ତରାଳ ଭାବେ ବଢି ·ଲୁଛି, ଯାହା ମାଧ୍ୟମରେ “ମାନବ ମୋକ୍ଷର ନାବ” ସମାଜର “ଅନ୍ତିମ ଓ ଚରମ ସ୍ୱର୍ଗ” ନିର୍ମିତ ହେଉଛି । ଆମେ ଏହା ଇ-ଚଊୠ ଙୠୠଓଉଋ ଞଙ ଚଊୠ ଊଋଗଙ: ଚଙ୍କକ୍ସମଷବଗ୍ଦର ଲକ୍ସକ୍ଟଜ୍ଞ ଙ୍ଗଙ୍ଗଙ୍ଗ.ଇ-ଚଊୠ.ମକ୍ଟଜ୍ଞ ଗ୍ଧକ୍ଟ କ୍ସରଜ୍ଞକ୍ଟଙ୍ଖର ଗ୍ଧଷର ଙ୍ଗବଗ୍ଧରକ୍ସଜ୍ଞବକ୍ସଳ ଦେଖି ଆହ୍ଲାଦିତ ହେଉଛୁ ଯେ ପ୍ରତ୍ୟେକ ଦେଶ ଓ କ୍ଷେତ୍ରରେ ସତରେ ଶାନ୍ତି ପଥରେ ପେଶାଦାର ମାନଙ୍କ ଭଳି ଅଭ୍ୟାସରତ ବ୍ୟକ୍ତିମାନେ ଏହି ସ୍ୱର୍ଗକୁ ନିର୍ମାଣ କରିବାରେ ବ୍ୟାପୃତ ଅଛନ୍ତି । କୌଣସି ଏକ ହୃଦୟ, ତାହା ଈଶ୍ୱରଙ୍କ ପ୍ରେମରେ ପ୍ରଜ୍ଜ୍ୱଳିତ ହେଉଥିବା, କେହି ଗୋଟିଏ ପରିବାର, ସେ ତାଙ୍କ ଗୃହକୁ ନୂଆ ବନ୍ଧୁ ମାନଙ୍କ ପାଇଁ ଖୋଲି ଦେବା, ବାହ’ଓଲ୍ଲହ୍ଙ୍କ ଶିକ୍ଷଣାବଳିରୁ ଆହରଣ କରି କୌଣସି ସାମାଜିକ ସମସ୍ୟାକୁ ସହକର୍ମୀ ମାନଙ୍କ ଦ୍ୱାରା ସମ୍ବୋଧନ କରିବାରୁ ହେଉ, ଗୋଟିଏ ସମୁଦାୟ ପାରସ୍ପରିକ ସମର୍ଥନର ସଂସ୍କୃତିକୁ ଦୃଢ କରିବାରୁ ହେଉ, ଏକ ପଡୋଶୀକ୍ଷେତ୍ର ବା ଗ୍ରାମଟିଏ ତାହାର ନିଜର ଆଧ୍ୟାତ୍ମିକ ଓ ଭୌତିକ ପ୍ରଗତି ପାଇଁ ଆବଶ୍ୟକ ହେଉଥିବା କାର୍ଯ୍ୟକ୍ରମ ଗୁଡିକୁ ଆରମ୍ଭ କରିବା ଓ ଅବ୍ୟାହତ ରଖିବା ବିଷୟରେ ଶିଖିବାରୁ ହେଉ ଓ ଏକ ବସତି ମଧ୍ୟରେ ଏକ ନୂତନ ଆଧ୍ୟାତ୍ମିକ ସଭାର ଅଭୁ୍ୟଦୟ ହୋଇଥିବାର ଆଶୀର୍ବାଦରୁ ହେଉ, ଏହିପରି ପ୍ରତ୍ୟେକ ବିବରଣୀରୁ ଆମେ ଏହା(ଏହି ସ୍ୱର୍ଗ ନିର୍ମାଣ ହେଉଥିବାର) ଦେଖି ପାରୁଛୁ ।

ଯୋଜନାର ପଦ୍ଧତି ଓ ଉପକରଣ ମାନ, ଆଜିର ଦିବସରେ ମାନବଜାତି ଯାହା ଆବଶ୍ୟକ କରୁଛି, ତାହାର ର୍ପୂି ସକାଶେ ପ୍ରତ୍ୟେକ ଆତ୍ମାକୁ ତାହାର ଯୋଗଦାନ ଦେବାରେ ଭାଗ ନେବା ପାଇଁ ଅନୁମତି ପ୍ରଦାନ କରୁଛି ା ଏହି ମୁର୍ହୂର କ୍ଷତ ଗୁଡିକ ସକାଶେ କ୍ଷଣସ୍ଥାୟୀ ପ୍ରଲେପ ପ୍ରଦାନ କରିବା ଠାରୁ ଦୂରରେ ରହି, ଯୋଜନା ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ମାଧ୍ୟମ କରାହେଉଛି, ଯାହା ଫଳରେ, ପ୍ରତ୍ୟେକ ସମାଜରେ ଦୀର୍ଘମିଆଦି ରଚନାତ୍ମକ ପ୍ରକ୍ରିୟା ମାନ ପୀଢି ପରେ ପୀଢି ଅନାବୃତ ହେବା, ଗତି ଧରିବାରେ ଲାଗିଛି । ଏସବୁ ଏକ ଜରୁରୀ ଓ ଅପରିହାର୍ଯ୍ୟ ପରିସମାପ୍ତି ଆଡକୁ ଇଙ୍ଗିତ କରୁଛି: ଯେ ଯେଉଁମାନେ ସେମାନଙ୍କ ସମୟ, ସେମାନଙ୍କ ଶକ୍ତି ଓ ସେମାନଙ୍କ ଧ୍ୟାନ ଏହି କାର୍ଯ୍ୟର ସଫଳତା ଉପରେ ନିବଦ୍ଧ କରୁଛନ୍ତି, ସେମାନଙ୍କ ସଂଖ୍ୟାରେ ଦ୍ରୁତ ବୃଦ୍ଧି ଘଟୁ ।

ମାନବଜାତିର ଏକୀକରଣ ଉପରେ ବାହ’ଓଲ୍ଲହ୍ଙ୍କ ସିଦ୍ଧାନ୍ତ ବ୍ୟତୀତ, ଆଉ କେଉଁଠି ବା ପୃଥିବୀ ଏପରି ଏକ ପ୍ରଶସ୍ତ ଦୃଷ୍ଟିକଳ୍ପ ପ୍ରାପ୍ତକରି ପାରିବ, ଯାହା ଯଥେଷ୍ଟ ମାତ୍ରାରେ ଏହାର ବିବିଧତାରେ ଭରା ମୌଳିକ ତ୍ୱ ଗୁଡିକୁ ଏକତାବଦ୍ଧ କରିପାରିବ ? ସେହି ଦୃଷ୍ଟିକଳ୍ପକୁ ଏକ ଶୃଙ୍ଖଳା, ଯାହାକି ବିବିଧତା ମଧ୍ୟରେ ଏକତା ଉପରେ ପର୍ଯ୍ୟବେସିତ, ତାହାକୁ କାର୍ଯ୍ୟରେ ପରିଣତ କରିବା ବ୍ୟତୀତ, ପୃଥିବୀରେ ଯେଉଁସବୁ ସାମାଜିକ ଭଗ୍ନାବସ୍ଥା ମାନ ତାହାକୁ ବିଭାଜିତ କରୁଛି, ସେଗୁଡିକ ଆରୋଗ୍ୟ କରି ପାରିବ କି? ଆଉ କିଏ ବା ସେହି ଖମୀର ବା ଲହୁଣି ପ୍ରମାଣିତ ହୋଇପାରିବେ, ଯେଉଁମାନଙ୍କ ମାଧ୍ୟମରେ ପୃଥିବୀର ଲୋକମାନେ ଏକ ନୂତନ ଜୀବନର ରାସ୍ତା ଓ ଏକ ସ୍ଥାୟୀ ଶାନ୍ତିର ପଥ ଆବିଷ୍କାର କରିପାରିବେ? ତେଣୁ ପ୍ରତ୍ୟେକଙ୍କ ଆଡକୁ ବନ୍ଧୁ୍ୱର, ସାଧାରଣ ପ୍ରଚେଷ୍ଟାର, ଆବିତ ସେବାର, ସାମୂହିକ ଶିକ୍ଷଣର ହସ୍ତ ପ୍ରସାରିତ କର ଓ ଏକ ହୋଇ ଅଗ୍ରଗତି କର ।”

ଯେତେବେଳେ ଯୁବାମାନେ ବାହ’ଓଲ୍ଲହ୍ଙ୍କ ଦୃଷ୍ଟିକଳ୍ପ ପ୍ରତି ଜାଗ୍ରତ ହୋଇ ଯୋଜନାର ମହାନାୟକ ବନିଯାଇଥାନ୍ତି, ସେତେବେଳେ ସେମାନେ ଯେକୌଣସି ସମାଜରେ କିପରି ଜୀବନ୍ତତା ଓ ଶକ୍ତି ଉଦ୍ଭବ କରିଥା’ନ୍ତି, ସେ ସମ୍ବନ୍ଧରେ ଆମେ ସଚେତନ ରହିଛୁ । ଏବଂ ତେଣୁ କେତେ ପ୍ରଚୁର ଦୟାଳୁତା, ସାହସ ଓ ଈଶ୍ୱରଙ୍କ ଉପରେ ସମ୍ପୂର୍ଣ୍ଣ ଆସ୍ଥା ପୋଷଣ କରି ବାହ’ଈ ଯୁବାମାନେ ସେମାନଙ୍କ ସହସାଥୀ ମାନଙ୍କୁ ସମ୍ପର୍କ କରି ସେମାନଙ୍କୁ ଏହି କାର୍ଯ୍ୟ ପାଇଁ ଅନୁପ୍ରାଣିତ କରିବା ଉଚିତ୍! ସମସ୍ତେ ଆଗକୁ ବଢି ·ଲିବା ଉଚିତ୍, କିନ୍ତୁ ଯୁବାମାନେ ଉଦ୍ଧ୍ୱର୍କୁ ଉଡିବା ଆବଶ୍ୟକ ।

ର୍ବମାନ ଘଡିର ଜରୁରୀକାଳୀନ ଅବସ୍ଥା, ସେବାରୁ ଉତ୍ପନ୍ନ ହେଉଥିବା ବିଶେଷ ଆନନ୍ଦକୁ ଢାଙ୍କି ଦେବା ଉଚିତ୍ ନୁହେଁ । ସେବା ନିମନ୍ତେ ଆହ୍ୱାନ, ଏକ ଉୋଳନକାରୀ ଓ ସର୍ବଆଲିଙ୍ଗନକାରୀ ଡାକରା ଅଟେ । ଏହା ପ୍ରତ୍ୟେକ ବିଶ୍ୱାସୀ ଆତ୍ମା, ଏପରିକି ସେହିମାନେ, ଯେଉଁମାନେ ବିଭିନ୍ନ ଜଞ୍ଜାଳ ଓ ବାଧ୍ୟତାପୂର୍ଣ୍ଣ କାର୍ଯ୍ୟ ତଳେ ଦବି ହୋଇ ରହିଛନ୍ତି, ସମସ୍ତଙ୍କୁ ଆକର୍ଷିତ କରିଥାଏ । କାରଣ ସେହି ବିଶ୍ୱାସୀ ଆତ୍ମା, ସେ ଯେକୌଣସି ସେବାମାର୍ଗ ମାନଙ୍କରେ ବ୍ୟାପୃତ ହୋଇ ରହିଛନ୍ତି, ତନ୍ମଧ୍ୟରୁ ତାଙ୍କର ଅନ୍ୟ ମାନଙ୍କର ମଙ୍ଗଳକୁ ନେଇ ତାଙ୍କର ସାରା ଜୀବନର ଚିନ୍ତା ଓ ଗଭୀରତାର ସହ ଚେର ଧରିଥିବା ତାଙ୍କ ନିଷ୍ଠା ଭାବକୁ ଆବିଷ୍କାର କରିହେବ । ଏହିଭଳି ଗୁଣାବଳି ବିବିଧ ଦାବୀ ଗୁଡିକରେ ଭରି ରହିଥିବା ଜୀବନକୁ ଏକ ସାମଞ୍ଜସ୍ୟ ପ୍ରଦାନ କରିଥାଏ । ଏବଂ ଯେକୌଣସି ପ୍ରଜ୍ଜ୍ୱଳିତ ହୃଦୟ ପାଇଁ ସବୁଠାରୁ ମଧୁରତମ ମୁର୍ହୂମାନ ସେହି ସମୟ, ଯାହା ଆଧ୍ୟାତ୍ମିକ ଭାଇ ଓ ଭଉଣୀ ମାନଙ୍କ ସହ ଏକ ସମାଜର ଯନô ନେବା ଓ ଏହାକୁ ଆଧ୍ୟାତ୍ମିକ ଭାବେ ପୋଷିତ କରିବା ଦିଗରେ ବ୍ୟତୀତ ହୋଇଥାଏ ।

ଉଚ୍ଛ୍ୱସିତ ହୃଦୟ ସହିତ, ପବିତ୍ର ପୀଠ ମାନଙ୍କରେ ଆମ୍ଭେ ବାହ’ଓଲ୍ଲହ୍ଙ୍କୁ ଧନ୍ୟବାଦ ଅର୍ପଣ କରୁଛୁ ଯେ ସେ ତୁମ୍ଭ ମାନଙ୍କୁ ତାଙ୍କ ମାର୍ଗରେ ଜାଗ୍ରତ କରିଛନ୍ତି, ଯେଉଁଥିପାଇଁ ଆମେ ମୀନତି କରୁଛୁ ଯେ ସେ ତୁମ୍ଭ ମାନଙ୍କୁ ତାଙ୍କ ଆଶୀର୍ବାଦ ପଠାଇ ·ଲନ୍ତୁ ।

 

Windows / Mac