The Universal House of Justice
Ridván 2025
To the Bahá’ís of the World
Dearly loved Friends,
ନଅ ବର୍ଷୀୟ ଯୋଜନାର ପ୍ରଥମ ପର୍ୟ୍ୟାୟ ଶେଷ ହେବାକୁ ଆଉ ମାତ୍ର ଗୋଟିଏ ବର୍ଷ ରହିଲା, ଯେତେବେଳେକି ଏହାର ପ୍ରଗତି ସମ୍ବନ୍ଧରେ ବିବରଣୀ ଦେବା ପାଇଁ ଆମେ ଉତ୍ସୁକ—ଯେ କିପରି ମହତ ପ୍ରଚେଷ୍ଟା ଗୁଡିକର ଜ୍ଵଳନ୍ତ ଉଦାହରଣ ମାଧ୍ୟମରେ, ପ୍ରଭୁଧର୍ମର ଭବିଷ୍ୟତ କଳ୍ପରୂପ ଅଧିକରୁ ଅଧିକ ହୃଦୟ ମାନଙ୍କୁ ନୂତନ ଆଶାରେ ଭରି ଦେଉଛି।
ବିକାଶ ପ୍ରକ୍ରିୟାର ଅଗ୍ରଗତି ହେବା ଜାରୀ ରହିଛି। ବିବିଧ ଜଳବାଯୁ ଓ ସ୍ଥାନମାନଙ୍କରେ, ଯେଉଁଠାରେ ଅର୍ଥପୂର୍ଣ୍ଣ ପ୍ରଗତି ଦେଖାଦେଉ ନ ଥିଲା, ସେଠାରେ ମନୋମୁଗ୍ଧକାରୀ ପ୍ରାରମ୍ଭିକ ଖୁଲାସାମାନ ଘଟୁଛି, ଯେତେବେଳେକି ପ୍ରଭୁଧର୍ମର ମଞ୍ଜି ନୂତନ ସବୁଜ ଶାଖାମାନ ଉତ୍ପନ୍ନ କରୁଛି, ଏବଂ ହଠାତ ଗୋଟିଏ ସମୟରେ ବହୁତ ଆତ୍ମାଙ୍କ ସହିତ କାର୍ୟ୍ୟ କରିପାରିବାର ଦକ୍ଷତା, ଉଦ୍ଭୁତ ହେବା ଆରମ୍ଭ କରିଛି । ଉତ୍ସର୍ଗୀକୃତ ପାୟୋନିୟର, ଯେଉଁମାନଙ୍କ ହୃଦୟ ତାଙ୍କ ପ୍ରଭୁଙ୍କ ପ୍ରେମରେ ପ୍ରଜ୍ଵଳିତ ହୋଇଛି, ସେମାନେ ଉଲ୍ଲେଖନୀୟ ସଂଖ୍ୟାରେ, ସେମାନଙ୍କ ଗୃହ-ପ୍ରାନ୍ତ ଓ ବିଦେଶ ଜାଗାର ଠିକଣାସ୍ଥାନ ମାନଙ୍କରେ ମୁତୟନ ହେବାରେ ଶୀଘ୍ରତା ଦେଖାଇବା ଦ୍ଵାରା, ଅଧିକାଂଶ ସମୟରେ ଏଭଳି ଅଗ୍ରଗତି ସମ୍ଭବ ହୋଇପାରିଛି । ସେହିସବୁ କ୍ଲୁଷ୍ଟର, ଯେଉଁଗୁଡିକରେ ବିକାଶ ପ୍ରକ୍ରିୟା ଆଗରୁ ଆରମ୍ଭ ହୋଇଯାଇଥିଲା, ସେସବୁ ସ୍ଥାନ ମାନଙ୍କରେ ସେହିସବୁ ପରିଚିତ ରଣକୌଶଳ ଓ କାର୍ୟ୍ୟଧାରା ରଚନାତ୍ମକ ଓ ଚତୁରତାର ସହିତ ମନଯୋଗ ସହକାରେ ପ୍ରୟୋଗ କରାଯାଉଛି, ଯାହାକି ବନ୍ଧୁମାନଙ୍କୁ ଦ୍ଵିତୀୟ ଓ ତୃତୀୟ ମାଇଲ ଖୁଣ୍ଟ ପାର କରିଯିବାରେ ସମର୍ଥ କରୁଛି। ଏବଂ ଯେଉଁ କ୍ଲୁଷ୍ଟର ମାନଙ୍କର ଶକ୍ତି ପ୍ରମାଣିତ ହୋଇ ସାରିଛି, ସେଠାରେ, ଯେତେବେଳେ ବର୍ଦ୍ଧିତ ସଂଖ୍ୟକ, ଏକତାବଦ୍ଧ ଉତ୍ତପ୍ରେରିତ ଆତ୍ମାଙ୍କ ଦଳ, ବାହାଈ ଜୀବନର ଜୀବନ୍ତ ଓ ରୂପାନ୍ତରଣକାରୀ ଢାଞ୍ଚାକୁ ଆଲିଙ୍ଗନ କରୁଛନ୍ତି, ସେତେବେଳେ ପ୍ରଭୁଧର୍ମର ସମାଜ ନିର୍ମାଣ ଶକ୍ତିର ଝଲକ ଅଧିକ ମାତ୍ରାରେ ଦୃଶ୍ୟମାନ ହେଉଛି।
ଇତିମଧ୍ୟେ, ତୃଣମୂଳ ସ୍ତରରେ ଜଡିତ ରହିବା ଫଳରେ, ସମାଜ ଉଲ୍ଲେଖନୀୟ ରୂପରେ ଆଗକୁ ଆଗକୁ ପାଦ ବଢେଇ ଚାଳୁଛି। ସମୁଦାୟ ସମ୍ବଳିତ ସାମାଜିକ କାର୍ୟ୍ୟକ୍ରମ ମାନଙ୍କର ପ୍ରାଥମିକ ପଦକ୍ଷେପ, ଯାହାକି ଶିକ୍ଷଣୀୟ କାର୍ୟ୍ୟ ଗୁଡିକ ଉପରେ ଧ୍ୟାନାବିଷ୍ଟ ରହିଛି, ସେଗୁଡିକ ତୀବ୍ର ଗତିରେ ଗୁଣାତ୍ମକ ରୂପରେ ବୃଦ୍ଧି ପାଇଥିଲେ ହେଁ, ଅନ୍ୟ କ୍ଷେତ୍ର, ଯେପରିକି କୃଷି, ସ୍ୱାସ୍ଥ୍ୟ, ପର୍ୟାବରଣ, ନାରୀମାନଙ୍କର ସଶକ୍ତିକରଣ, କଳା ଇତ୍ୟାଦି ଉପରେ ମଧ୍ୟ ପ୍ରାଥମିକ ପ୍ରଚେଷ୍ଟା ଆରମ୍ଭ ହୋଇଯାଇଛି। ସୁଦୃଢ କ୍ଲୁଷ୍ଟର ମାନଙ୍କରେ ଏହି ବିଷୟ ଗୁଡିକ ଉପରେ ଅଗ୍ରଗତିର ପ୍ରମାଣ ବେଶିବେଶୀ ଦେଖିବାକୁ ମିଳୁଛି, ଯେଉଁଠି ପଡୋଶୀ କ୍ଷେତ୍ରର କିଛି ଗ୍ରାମ –ଏପରିକି ଗୋଟିଏ ମାର୍ଗ କିମ୍ବା ବହୁବାସିନ୍ଦାଙ୍କ ଗୃହ ବିଶିଷ୍ଟ ଅଟ୍ଟାଳିକା—ଯାହାକି ଏକ ଜନସଂଖ୍ୟାର ବସତି, ସେଠାକାର ବାସିନ୍ଦା ମାନେ, ପ୍ରଭୁଧର୍ମର ନୀତିଗୁଡିକ ପ୍ରକୃତ ବାସ୍ତବିକତାରେ ପରିଣତ ହୋଇ ଏକ ଉତ୍ତୋଳିତ ଜୀବନ ସୃଷ୍ଟି କରୁଥିବାର ଅଭିଜ୍ଞତା ଅନୁଭବ କରିପାରୁଛନ୍ତି। କିଛି ସ୍ଥାନ ମାନଙ୍କରେ ସଭ୍ୟ ସମାଜର ନେତା ଓ ଦାୟିତ୍ଵବାନ ବ୍ୟକ୍ତିବୃନ୍ଦ, ଯେଉଁମାନେ ସ୍ଥାନୀୟ ସ୍ତରରେ ପିଲାମାନଙ୍କର ଶିକ୍ଷା ଓ ସମାଜର ବିକାଶକୁ ନେଇ ଚିନ୍ତିତ, ସେମାନେ କେବଳ ଯେ ବାହାଈ ମାନଙ୍କ ଆଡକୁ ଉନ୍ମୁଖ ହୋଇ, ଏସବୁ ବିଷୟ ଉପରେ ବାହାଈ ମାନଙ୍କ ଦୃଷ୍ଟିକୋଣ ଜାଣିବାକୁ ଚେଷ୍ଟା କରୁଛନ୍ତି, ତାହା ନୁହେଁ; ବରଂ, ବ୍ୟାବହାରିକ ସମାଧାନର ସନ୍ଧାନ ନିମନ୍ତେ ସେମାନେ ବାହାଈ ମାନଙ୍କ ଠାରୁ ଏହି ବିଷୟରେ ସହଯୋଗ ଲୋଡୁଛନ୍ତି। ଆହୁରି ମଧ୍ୟ ଏହା ଦେଖି ଆମେ ଆନନ୍ଦିତ ଯେ, ରାଷ୍ଟ୍ରୀୟ ଏବଂ ଅନ୍ତଃରାଷ୍ଟ୍ରୀୟ ସ୍ତର ମାନଙ୍କରେ ନିର୍ଦ୍ଦିଷ୍ଟ କେତେ ଗୁଡିଏ ମୁଖ୍ୟ ପ୍ରବଚନ ମାନଙ୍କରେ, ବାହାଈ ଆଭିମୁଖ୍ୟ ମାନ ଅଧିକରୁ ଅଧିକ ମାତ୍ରାର ବିଚାର ଓ ପ୍ରଶଂସା ଆକର୍ଷିତ କରୁଛି ।
ନଅ ବର୍ଷୀୟ ଯୋଜନା ଏକ ବିଶାଳ, ବିଶ୍ୱବ୍ୟାପୀ ଶିକ୍ଷଣ ପ୍ରକ୍ରିୟା ଉପରେ ନିର୍ଭର କରୁଛି, ଯାହା ବୋଲିଭିଆର ଉଚ୍ଚ ପାର୍ବତୀୟ କ୍ଷେତ୍ରଠୁଁ ଆରମ୍ଭ କରି, ସିଡନୀ ସହରର ଉପକଣ୍ଠିୟ ଅଞ୍ଚଳ ମାନଙ୍କରେ ସମାନ ରୂପେ ପ୍ରଭାବଶାଳୀ ବୋଲି ସିଦ୍ଧ ହୋଇ ସାରିଲାଣି। ଶିକ୍ଷଣର ଏହି ପ୍ରକ୍ରିୟା ଏପରି ରଣକୌଶଳ ଓ କାର୍ୟ୍ୟକ୍ରମ ମାନ ଉତ୍ପନ୍ନ କରିଛି, ଯାହା ପ୍ରତ୍ୟେକ ପୃଷ୍ଠଭୂମି ପାଇଁ ଗ୍ରହଣୀଯ ଅଟେ। ଏହା ପ୍ରଣାଳୀବଦ୍ଧ, ଏହା ଜୈବିକ, ଏହା ସର୍ବ ଆଲିଙ୍ଗନକାରୀ। ଏକ ଅନ୍ତଃସମ୍ବନ୍ଧ ନିର୍ମାଣ କରିବାକୁ ଯାଇ, ଏହା ପରିବାରବର୍ଗ, ପଡୋଶୀ, ଯୁବା ଏବଂ ଅନ୍ୟାନ୍ୟ ସେହିମାନେ, ଯେଉଁମାନେ ଏହି ଗୌରବମୟ ଉଦ୍ୟୋଗର ମହାନାୟକ ହେବାପାଇଁ ପ୍ରସ୍ତୁତ ଅଛନ୍ତି, ସେମାନଙ୍କ ସହ ଏକ ଜୀବନ୍ତ ସମ୍ପର୍କ ପ୍ରସ୍ଫୁଟିତ କରିଛି । ଅନ୍ତର୍ନିହିତ ଦକ୍ଷତାରେ ଭରି ହୋଇ ରହିଥିବା ସମୁଦାୟ ଗୁଡିକୁ ଏହା ଗଢି ଚାଲିଛି । ଭୌଗୋଳିକ, ଭାଷାଗତ, ସାଂସ୍କୃତିକ ଅଥବା ଅଭ୍ୟାସଗତ କାରଣରୁ ଏପର୍ୟ୍ୟନ୍ତ ଭାଗଭାଗ ହୋଇ ରହି ଆସିଥିବା, କିନ୍ତୁ ଏବେ ସେମାନେ ବାହାଉଲ୍ଲାହଙ୍କ ବିଶ୍ୱବ୍ୟାପୀ ଆହ୍ଵାନ, ଯେ, “ଜଣେ ଅନ୍ୟ ଜଣଙ୍କର ଜୀବନକୁ ଉତ୍ତମତର ବନେଇବା ସକାଶେ ଅବିରାମ ସଂଘର୍ଷ କରନ୍ତୁ” ଏହି ଡାକରାକୁ ଶୁଣିପାରି, ସେମାନଙ୍କର ପ୍ରତ୍ୟୁତ୍ତର ଲୋକମାନଙ୍କର ଉଚ୍ଚ ଆଶା ଓ ଆକାଂକ୍ଷା ଗୁଡିକର ପରିପୂର୍ଣ୍ଣତା ପ୍ରାପ୍ତି ଦିଗରେ ସେମାନଙ୍କୁ ସମର୍ଥ କରିଛି । ଏବଂ ଏହା ଭଗବଦବାଣୀର ନୂତନ, ଜୀବନଦାୟୀ ଅନ୍ତର୍ନିହିତ ଶକ୍ତି ଉପରେ ସଂପୂର୍ଣ୍ଣ ରୂପେ ନିର୍ଭର ଅଛି—ସେହି “ଏକୀକୃତକାରୀ ଶକ୍ତି”, “ଆତ୍ମା ଗୁଡିକର ଉତପ୍ରେରକ ଓ ମାନବତାର ସଂସାରକୁ ଯୋଡୁଥିବା ଓ ନିୟନ୍ତ୍ରଣ କରୁଥିବା ଶକ୍ତି” —ଯାହାକି ପ୍ରଣାଳୀବଦ୍ଧ କାର୍ୟ୍ୟଧାରା ଗୁଡିକୁ ଅନୁପ୍ରେରିତ କରୁଛି ।
ଝଡ ଆଚ୍ଛାଦିତ ଅନ୍ଧକାରମୟ ଆକାଶ ମଧ୍ୟରେ ତୁମ୍ଭ ଉତ୍ସର୍ଗପୂର୍ଣ୍ଣ ପ୍ରୟାସ ମାନଙ୍କର ଆଲୋକ କେତେ ଉଜ୍ଜ୍ଵଳ ହୋଇ ଉଙ୍କି ମାରୁଛି ! ଏପରିକି ସାରା ପୃଥିବୀରେ ଝଞ୍ଜାବାତ ବ୍ୟାପି ଚାଲିଥିବା ସମୟରେ, ଯେଉଁ ସ୍ଵର୍ଗ ମାନବତାକୁ ଆଶ୍ରୟ ପ୍ରଦାନ କରିବ, ତାହା ଦେଶ, ଅଞ୍ଚଳ ଓ କ୍ଲୁଷ୍ଟର ମାନଙ୍କରେ ଗଢି ଉଠୁଛି। କିନ୍ତୁ ଆହୁରି ବହୁତ କିଛି କରିବା ବାକି ଅଛି । ଯୋଜନାର ଏହି ଉନ୍ମୁକ୍ତ ହେଉଥିବା ପର୍ଜ୍ୟାୟରେ ପ୍ରତ୍ୟେକ ରାଷ୍ଟ୍ରୀୟ ସମୁଦାୟ, ପ୍ରଗତିର ମାର୍ଗରେ, ତାଙ୍କ ନିଜ ନିଜର ପ୍ରତ୍ୟାଶା ରଖିଛନ୍ତି। ସମୟ ଅତିକ୍ରାନ୍ତ ହୋଇ ଚାଲିଛି। ପରମପ୍ରିୟ ବନ୍ଧୁଗଣ, ଏବଂ ଦିବ୍ୟ ଶିକ୍ଷଣର ପ୍ରଚାରକ ଓ ଆଶୀର୍ବାଦିତ ସୌନ୍ଦର୍ଜ୍ୟଙ୍କ ଅଗ୍ରଦୂତ ମାନେ—ତୁମ୍ଭମାନଙ୍କ ପ୍ରଗାଢ ଉଦ୍ୟମ ବର୍ତ୍ତମାନ ସମୟରେ ବିଶେଷ ଆବଶ୍ୟକ ହେଉଛି। ପରବର୍ତ୍ତୀ ରିଦବାନ ପୂର୍ବରୁ, ଅତିକ୍ରାନ୍ତ କରିଯାଉଥିବା ପ୍ରତ୍ୟେକ ମାସ ମାନଙ୍କ ମଧ୍ୟରେ, ସମୁଦାୟକୁ ମହାନତମ ନାମରେ ଉତ୍ତମରୂପେ ସଜ୍ଜିତ କରି, ଏହାକୁ ଯୋଜନାର ଦ୍ଵିତୀୟ ପର୍ୟ୍ୟାୟରେ ଯାହା ହାସଲ କରିବା ଜରୁରୀ, ତହିଁରେ ତୟାର କରିବା ଉଚିତ । ତୁମ୍ଭମାନଙ୍କୁ ଏଥିରେ ସଫଳତା ପ୍ରାପ୍ତ ହେଉ। ସାର୍ବଭୌମ ପ୍ରଭୁଙ୍କ ଠାରେ ଆମ୍ଭେ ଏହାହିଁ ଯାଚନା କରୁ; ଏହି ସକାଶେ ଆମ୍ଭେ ତାଙ୍କ ନିପତିତ ସହାୟତା ମାଗୁଣି କରୁଛୁ, ଏହି କାରଣରୁ ତୁମ୍ଭ ମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କ ନିକଟକୁ ସେ ତାଙ୍କ ଅନୁଗ୍ରହପ୍ରାପ୍ତ ଦେବଦୂତ ମାନଙ୍କୁ ପ୍ରେରିତ କରନ୍ତୁ, ଏହା ଆମ୍ଭେ ତାଙ୍କଠାରେ ସବିନୟ ଜଣାଣ କରୁଛୁ ।
- The Universal House of Justice